Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳବୈଶାଖୀ ର ପ୍ରଭାବ ନାରାୟଣପାଟଣା ବ୍ଲକରେ ବ୍ୟାପକ କ୍ଷୟକ୍ଷତି; ପ୍ରଶାସନ ପହଞ୍ଚି ସାହାଯ୍ୟ ଦେଲା କିନ୍ତୁୁ ସମୁଦ୍ରକୁ ସଙ୍ଖେ

କୋରାପୁଟ: କୋରାପୁଟ  ଜିଲ୍ଲା ନାରାୟଣପାଟଣା ବ୍ଲକରେ ଗତ କାଲି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।
ଲଙ୍ଗଳବେଡା ପଞ୍ଚାୟତର କାଙ୍କଣପୁଟ ଗ୍ରାମର ପୁରା ଛାରଖାର ହେଇଜାଇଛି।ଗ୍ରାମରେ ଥିବା ୧୨ ଘରର ଛାତ ଉଡି ଜାଇଛି।ଅନେକ ଗରିବ ଆଦିବାସି ପରିବାରର ଆଜବେଷ୍ଟ୍ ଉଡିଜିବା ସହ ବଜ୍ରପାତରେ ବୋରିଗି ପଞ୍ଚାୟତର ନାଳପଦର ଗାଁର ଘାସି ନାଚିକା ନାମକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପ୍ରତି କାହାର ନଜର ନାହିଁ।ଖବର ପାଇ ଆଜି ଜିଲ୍ଲା ପରିଷଦ ସଭ୍ୟା ସସ୍ମୀତା ମେଲେକା,ନାରାୟଣପାଟଣା ବ୍ଲକ ଅଧକ୍ଷ ଗୋଲାଦି ତ୍ରୀନାଥ ଉକ୍ତ ଅଞ୍ଚଳ ବୁଲି ସୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ମଧ୍ୟ ସମୁଦ୍ରକୁ ସଙ୍ଖେ ଭଳି ଲୋକେ କହିଛନ୍ତି।ପ୍ରକୃତିର ତାଣ୍ଡମ୍ବରେ ଗରିବ ଖଟିଖିଆଙ୍କ ମୁଣ୍ଡରେ ଏବେ ଛାତ ନଥିବା ବେଳେ ପ୍ରସାସନ କେବଳ ମଲ୍ଲମ ଲଗାଇଛି।ଜାହାକୁ ନେଇ କ୍ଷତି ଗ୍ରସ୍ତ ମାନେ ଅସନ୍ତୁଷ୍ଟ ଥିବା ଜଣା ପଡିଛି।ପ୍ରକୃତରେ ବ୍ଲକ ପ୍ରସାସନ ଲୋକଙ୍କ ହିତରେ ଅଛିକି ନାହିଁ ତାହା ଜଣା ପଡୁ ନଥିଲେବି ତହସିଲଦାର ଯଦୁମଣି ନାୟକ ଆଜି ସହକର୍ମୀଙ୍କ ସହ ଯାଇ କ୍ଷୟକ୍ଷତି ର ଆକଳନ କରିଥିବା ବେଳେ କେବଳ ପଲିଥିନ ଯୋଗାଯିବ ବୋଲି କହିଛନ୍ତି।ସେମାନେ ରହିଥିବା ସ୍ଥାନଟି ପଟ୍ଟା ନ ଥିବା ହେତୁ ସହାୟତା ଦିଗରେ ସମସ୍ୟା ଦେଖାଦେଇଥିବା ତହସିଲଦାର ଶ୍ରୀଯୁକ୍ତ ନାୟକ କହିଛନ୍ତି। ଏଥି ସହ କ୍ଷତିଗ୍ରସ୍ତଙ୍କୁ ଆବାସ ଘର ଯୋଗାଇବା ସହ ଆର୍ଥିକ ସହାୟତା ପ୍ରଦାନ ପାଇଁ ଲଙ୍ଗଳବେଡା ସରପଞ୍ଚ ଲାକମ ପିଡ଼ିକା ପ୍ରଶାସନ କୁ ଅନୁରୋଧ କରିଛନ୍ତି।ନାରାୟଣପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରିନାଥ ମଧ୍ୟ ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି।କିନ୍ତୁ ବ୍ଲକରେ କେତେ ଘର କାଳ ବୈସାଖିରେ ପ୍ରଭାବିତ ହୋଇଚି ତାହା ଏଜାଏଁ ରାଜସ୍ଵ ବିଭାଗ ତରଚରୁ ଆକଳନ ହୋଇ ନଥିବା ଜଣା ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ