ଅସ୍ତରଙ୍ଗ ବନାଞ୍ଚଳ ତରଫରୁ ଛ କରତ କଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାସ ଓ କାଠ ଜବତ l
ଅସ୍ତରଙ୍ଗ, ପୂରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ମଗର ଧନଜ ରାଶୋ ଙ୍କ ନିର୍ଦେଶ କ୍ରମେ, ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ରେ ଚାଲୁଥିବା ବେ ଆଇନ କରତ କଳ ଉପରେ ଜିଲ୍ଲା ଏ ସି ଏଫ, ଅଶୋକ କୁମାର ବେହେରା ଙ୍କ ନେତୃତ୍ୱ ରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରାସ ଜବତ କରାଯାଇଥିବା ଅସ୍ତରଙ୍ଗ ରେଞ୍ଜର ମୋନାଲିଶା ମହାପାତ୍ର ପ୍ରକାଶ କରିଛନ୍ତି l ଏହି କରତ କଳ ଗୁଡିକ ତୁଳସି ପୁର ଅଂଚଳର l ଏହି ଚଢ଼ାଉ ରେ କୋଣାର୍କ ରେଞ୍ଜର ସୁଦର୍ଶନ ଦେହୁରୀ, ବ୍ରହ୍ମଗିରି ରେଞ୍ଜର ଚନ୍ଦ୍ରଶେଖର ସାହୁ, ବାଲୁଖଣ୍ଡ ରେଞ୍ଜର ପ୍ରଦୀପ ମହାନ୍ତି ଫରେଷ୍ଟର ମାନସ ବେହେରା ଓ କାଳି ଚରଣ ମହାନ୍ତି,ଙ୍କ ସମେତ ପୋଲିସ, ଜଙ୍ଗଲ ବିଭାଗ ଫ୍ଲାୟିଙ୍ଗ ସ୍କ୍ୱାଡ଼ ଆଦି ସାମିଲ ଥିଲେ l ଛ ଗୋଟି କରତ କଳ ଉପରେ ଏକ ସମୟ ରେ ଚଢ଼ାଉ ହେବାର ଦେଖି ଲୋକ ମାନେ ଛାନିଆ ହୋଇ ଯାଇଥିଲେ l କରତ କଳ ର ଯନ୍ତ୍ରାସ କଟର ସାହାଯ୍ୟ ରେ କଟା ହୋଇ ଚାରି ଚକିଆ ଜାନରେ ଲଦା ଯାଇ ଅସ୍ତରଙ୍ଗ ବନ ବିଭାଗ ର ପାଣି ଛତ୍ର କାର୍ଯ୍ୟାଳୟ କୁ ଅଣା ଯାଇଥିବା ସ୍ଥଳେ, ସାଗୁଆନ,ଅସନ, ପଣସ, ଆକାସିଆ,ଆଦି ମହଜୁତ ଥିବା
କାଠ ଗଣ୍ଡି ସବୁ ଜବତ କରାଯାଇ ବନ ବିଭାଗ ତାର କାର୍ଯ୍ୟାଳୟ କୁ ଆଣିଛି ଓ କାଠ କଟାର ପ୍ରମାଣ ସ୍ୱରୂପ କାଠ ଗୁଣ୍ଡ ମଧ୍ୟ ଜବତ କରାଯାଇ ଅଛି l ବେ ଆଇନ ଭାବେ ବିଦୁତ ସଂଯୋଗ କରି ଚଲାଉ ଥିବା କରତ କଳ ରୁ ବିଦୁତ ସଂଯୋଗ ମଧ୍ୟ କାଟି ଦିଆ ଯାଇ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିହଛି l

