ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ରେ ବିଶାଳ ନାମ ଲେଖା ଶିବିର ଓ ମାର୍ଗ ଦର୍ଶନ କାର୍ଯ୍ୟକ୍ରମ..
ଲକ୍ଷ୍ମୀପୁର ୧୦/୦୧… ଲକ୍ଷ୍ମୀପୁର ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ରେ ଏକ ବିଶାଳ ନାମ ଲେଖା ଶିବିର ଓ ମାର୍ଗ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ତଥା ବ୍ଲକ୍ ସଂଯୋଜକ ଗୋପାଳ ମଣ୍ଡଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୂତି ଭୂଷଣ ଟାକ୍ରୀ,ପୁରାତନ ଛାତ୍ର ମାଧବ କର୍କରା,ଇନ୍ଦ୍ରଜିତ ସାହୁ, ସ୍କୁଲ୍ ପରିଚାଳନା କମିଟି ସଦସ୍ୟ କାମି ମାଣ୍ଡିଙ୍ଗା,ୱାର୍ଡ ମେମ୍ବର ନକୁଳ କୁଲଦୀପ, ସିଆରସିସି କୃଷ୍ଣ କୁଲଦୀପ,ହେମନ୍ତ ମହାନନ୍ଦିଆ ପ୍ରମୁଖ ଉପସ୍ଥିତ ରହି ଶିବିର ର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ।ଏହି ଉପଲକ୍ଷେ ବ୍ଲକ୍ ର ବିଭିନ୍ନ ଗ୍ରାମରୁ ମୁକ୍ତ ବିଦ୍ୟାଳୟ ରେ ଦଶମ ଶ୍ରେଣୀରେ ନାମ ଲେଖାଇ ଥିବା ଓ ନୂଆ ଭାବେ ନାମ ଲେଖାଇବାକୁ ଆସିଥିବା ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବକ ଉପସ୍ଥିତ ଥିଲେ।କୌଣସି କାରଣରୁ ଅଧା ରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀ, ବିଦ୍ୟାଳୟ ଆସୁ ନଥିବା ଛାତ୍ର ଛାତ୍ରୀ ଏହା ଦ୍ବାରା ବିଶେଷ ଉପକୃତ ହେବା ଉପରେ ଆଲୋକପାତ କରାଯାଇଥିଲା।ସରକାରଙ୍କ ର ଏହି ଯୋଜନା କୁ ସମସ୍ତେ ଖୁବ୍ ପ୍ରଶଂସା କରିବା ସହ ଅଧିକ ରୁ ଅଧିକ ଛାତ୍ର ଅଧିଗ୍ରହଣ ଉପରେ ସମସ୍ତେ ଚେଷ୍ଠା କରିବା ଉଚିତ୍ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ମଣ୍ଡଳ ଆହ୍ବାନ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ସମସ୍ତେ ସହଯୋଗ କରିବାକୁ ଏବିଇଓ ଶ୍ରୀ ଟାକ୍ରୀ ଅନୁରୋଧ କରିଥିଲେ।ଶିବିର ରେ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିବା ବେଳେ ୧୮ ଜଣ ଆଜି ନାମ ଲେଖାଇ ଥିଲେ।ପ୍ରଥମ ପର୍ଯ୍ୟାୟ ରେ ୧୪୬ ଜଣ ନାମ ଲେଖାଇ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ରେ ୧୧୯ ଜଣ ନାମ ଲେଖିଛନ୍ତି ଓ ଏହା ଆସନ୍ତା ଫେବୃୟାରୀ ମାସ ଶେଷ ଯାଏ ଚାଲୁ ରହିବ।୧୪ ରୁ ୧୮ ବର୍ଷ ସମସ୍ତ ଛାତ୍ର ଛାତ୍ରୀ ନିଶୁଳ୍କ ନାମ ଲେଖାଇ ପାରିବେ।ଉକ୍ତ କାର୍ଯ୍ୟକ୍ରମ କୁ ବ୍ଲକ୍ ଉପ ସଂଯୋଜକ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପରିଚାଳନା କରିଥିବା ବେଳେ ଶିକ୍ଷକ ରାଜେଶ୍ୱରି ଲାବଲା ,ଶଙ୍କର ଗୁଡୁ ମ୍ବକା,ସୁକାନ୍ତ କୁମାର ଯାଦବ, ଆଶୀର୍ବାଦ ନାୟକ, ଅଶେଷ କାର୍ଜୀ ଓ ରୋଜାଲିନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ଓ ସଂଯୁକ୍ତା ତୁରୁକ୍ ସେବା ପ୍ରଦାନ କରିଥିଲେ।

