Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ପ୍ରତିଭା ଚୟନ ସହ ଦୁଇ ମହାପୁରୁଷଙ୍କ ଜୟନ୍ତୀ ଉତ୍ସବ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ସ୍ଥିତ ଭାତପୁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷକ ରତନ ଲାଲ ସିଂହଙ୍କ ସଭାପତିତ୍ବରେ ସାରସ୍ଵତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଦଗୁଦା ସାହିତ୍ୟ ସଂସଦର ସଭାପତି ତଥା ବିଶିଷ୍ଟ ପରିବେଶବିତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଭାବରେ ଦେବଗଡ଼ ଜିଲ୍ଲାର ସାହାଜବାହାଲ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାମାଜିକ କର୍ମୀ ରଜନୀ ପଟେଲ, କବିୟତ୍ରୀ ସୁସ୍ମିତା ପଟେଲ, ପଣ୍ଡିତ ଅଲେଖ କୁମାର ପତି ଓ ଯୁବ କବି ଶମ୍ଭୁନାଥ ସାହୁ ଯୋଗଦାନ କରିଥିଲେ।ବ୍ୟଙ୍ଗକବି ଉତ୍କଳ ଘଣ୍ଟ ଯଦୁମନୀ ମହାପାତ୍ର ଓ ବିଶିଷ୍ଟ ପରିବେଶବିତ୍ ପୂର୍ବତନ ମନ୍ତ୍ରୀ ବାଙ୍କ ବିହାରୀ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଉଭୟଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରି ଅତିଥି ଗଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରି ମାତୃଭୂମି ଓ ମାତୃଭାଷା କୁ ଭଲ ପାଇବା ପାଇଁ ଛାତ୍ରଛାତ୍ରୀ ଙ୍କୁ ଆହ୍ବାନ ଦେଇଥିଲେ। ଏହାପରେ ସାହିତ୍ୟ କୁଇଜ୍, ସ୍ବରଚିତ କବିତା ରଚନା ସହ କବିତା ପାଠ ଓ ସାହିତ୍ୟ ଆଧାରିତ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା। ଉଦଯାପନୀ ଉତ୍ସବରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରା ଯାଇଥିଲା। ଏହି ଅବସରରେ ସାହିତ୍ୟିକା ସୁସ୍ମିତା ପଟେଲ ତାଙ୍କ ଦ୍ଵାରା ରଚିତ ଆଠ ଗୋଟି ପୁସ୍ତକକୁ ସ୍କୁଲ ଲାଇବ୍ରେରୀ ଉପଲକ୍ଷେ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିଲେ। ଏହି ଉତ୍ସବର ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ସିଂଙ୍କ ରଚିତ ସ୍ଵାଗତ ସଙ୍ଗୀତ ଓ ସ୍ଵାଗତ ନୃତ୍ୟ ସହ ଶେଷରେ ମଧ୍ୟ ବିଡାୟ ସଙ୍ଗୀତ କୁ ସ୍କୁଲ ଛାତ୍ରୀ ଗଣ ବେଶ୍ ଆକର୍ଷଣୀୟ ଢଙ୍ଗରେ ପରିବେଷଣ କରିଥିଲେ। ସହକାରୀ ଗଣିତ ଶିକ୍ଷକ ଖଗେଶ୍ବର ନାଏକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସାହିତ୍ୟ ଶିକ୍ଷକ ସୁମନ୍ତ ମହକୁଲ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଜ୍ଞାନ ଶିକ୍ଷକ ସୁବ୍ରତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ପ୍ରତିଯୋଗିତା କୁ ସଂସ୍କୃତ ଶିକ୍ଷୟିତ୍ରୀ ମଧୁମିତା ବହିଦାର ଓ ଅତିଥି ଶିକ୍ଷକ କୈଳାସ ଗୌଡ଼ ପରିଚାଳନା କରିଥିଲେ। ସମସ୍ତ ଅତିଥି ଓ କବି ମାନଙ୍କୁ ଉତ୍ତରିଅ ଉପଢୌକନ ଓ ଫୁଲ ତୋଡା ଦେଇ ସ୍କୁଲ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସମସ୍ତ କବି ଓ ନୂତନ କବିପ୍ରତିଭା ସ୍ଵଲିଖିତ କବିତା ପାଠ ମଧ୍ୟ କରିଥିଲେ। ଶେଷରେ ଖେଳ ଶିକ୍ଷକ ପ୍ରଦୀପ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ