ଲଇମୁରା ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢ଼ିବା ଓ ଗଢ଼ିବା ଓଡ଼ିଶା ଉତ୍ସବ ପାଳିତ
ଜମନକିରା : ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଲଇମୁରା ସ୍ଥିତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଗତ ୩ତାରିଖ ଠାରୁ ଆରମ୍ଭ ହୋଇଥିବା ପଢ଼ିବା ଓ ଗଢ଼ିବା ଓଡ଼ିଶା ଶୀର୍ଷକ ସାତଦିନ ବ୍ୟାପୀ ସାହିତ୍ୟ ସମନ୍ଧୀୟ ଉତ୍ସବ ଶନିବାର ଦିନ ଉଦଯାପିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ଲିଲି ସୁଶାନ୍ତ ହେମରମଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଦ୍ଵାରା ଲେଖି ଥିବା କବିତା, କ୍ଷୁଦ୍ର ଗଳ୍ପ,ପୁସ୍ତକର ମଲାଟ ଚିତ୍ର ଓ ବିଭିନ୍ନ ସ୍ଲୋଗାନକୁ ନେଇ ଅନୁଷ୍ଠିତ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଅନ୍ୟ ଅତିଥି ଓ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହ ବୁଲି ଦେଖିଥିଲେ। ଏହାପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ନାୟକ ଗଳ୍ପ, କବିତା ଲେଖିବାର କଳା ସମ୍ପର୍କରେ ଆଲୋଚନା କରିବା ସହିତ ସମସ୍ତେ ମା, ମାଟି ଓ ମାତୃଭାଷାକୁ ଭଲ ପାଇ ଓଡ଼ିଆର ଅଧିକ ବ୍ୟବହାର କରିବାକୁ ଶପଥ ପାଠ କରାଇଥିଲେ। ଏଥିରେ ଲୁଢ଼ର ସ୍ଥିତ ସୁବାସ ନାୟକ କଲେଜର ଓଡ଼ିଆ ଅଧ୍ୟାପକ ରାଜେଶ୍ ସେଠୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଗଳ୍ପ ଲେଖାର ଆଦ୍ୟରୁ ଆଜି ପର୍ଯ୍ୟନ୍ତ ସମ୍ପର୍କରେ ଆଲୋଚନା କରିଥିଲେ। ସାହାଜବାହାଲସ୍ଥିତ ଆବାସିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ରାମାୟଣର ବିଭିନ୍ନ ଚରିତ୍ରକୁ ନେଇ ଗଳ୍ପ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସି.ଆର୍.ସି.ସି. ନିଲାମ୍ବର କାଲୋ, ସ୍କୁଲ ପରିଚାଳନା କମିଟି ସଭାପତି କ୍ଷମା ସାଗର ନାୟକ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ। ପ୍ରାରମ୍ଭରେ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଟପ୍ପୋ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ବରିଷ୍ଠ ଶିକ୍ଷୟିତ୍ରୀ ରେଖା ଦେହୁରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ଗଣଙ୍କ ଅତିଥି ଗଣ ପୁରସ୍କୃତ କରିଥିଲେ।ଶେଷରେ ସହକାରୀ ଶିକ୍ଷକ ଜଗନ୍ନାଥ ପୃଷେଠ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତା, ପ୍ରଦର୍ଶନୀ ତଥା ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷକ ଲୋକନାଥ ପ୍ରଧାନ, ରାଜାରାମ ପଟେଲ, ଲକ୍ଷ୍ମଣ ମୁଣ୍ଡା,ସଞ୍ଜୟ ସ୍ୱାଇଁ, ଡୋଳା ମଣି ପ୍ରଧାନ, ତନ୍ମୟ କିସାନ, ଅଧ୍ୟାପିକା ରସ୍ମିରେଖା ପ୍ରଧାନ, ସାଲମୀ ସୀମା ଖଲ୍କୋ, ପୁଷ୍ପାଞ୍ଜଳି ବେହେରା, ସୁନୀତା ଦେହୁରୀ ଓ ଶେଫାଳୀ ପୃଷେଠ ପ୍ରମୁଖ ପରିଚାଳନା କରିଥିଲେ। ସମସ୍ତ ପି ଏମ ଶ୍ରୀ ସମେତ ଅନ୍ୟାନ୍ୟ ସରକାରୀ ହାଇ ସ୍କୁଲ ରେ ଏପରି ଉତ୍ସବ ପାଳିତ ହେବ ବୋଲି ଜଣାଯାଇଛି।

