Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରାରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ସଦର ମହକୁମା ସ୍ଥିତ ଡିଗ୍ରୀ ମହାବିଦ୍ୟାଳୟ ଅଡିଟରୀଅମ୍ ରେ ମୁକ୍ତେଶ୍ଵର ସାହିତ୍ୟ ସଂସଦ ଓ ସୁବର୍ଣ୍ଣ ସ୍ମୁତି ସଂସଦର ମିଳିତ ଉଦ୍ୟମରେ ପୂର୍ବତନ ପ୍ରଶାସନିକ ଅଧିକାରୀ ମୂରଲୀଧର ନାୟକଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିନିକା, ସମ୍ବଲପୁର, କୁଚିଣ୍ଡା, ଦେବଗଡ଼, ବଉଦ, ଆଠମଲ୍ଲିକ ଓ ସନ୍ଦରଗଡ଼ ଆଦି ଅଞ୍ଚଳରୁ ପ୍ରାୟ ୪୦ ଜଣ କବି ଓ କାବିୟତ୍ରୀ ଯୋଗ ଦେଇ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଏଥିରେ ଡ଼.ସଞ୍ଜୟ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଆଇନଜୀବୀ ବିଭୂତି ଗଙ୍ଗଦେବ ଓ ହୃଦାନଦ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କବି ପ୍ରତିଭା ମାନ ଙ୍କୁ ସମ୍ମାନିତ କରାଯାଇଥିଲା। ଫାସିମାଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ଦଳବେହେରା ସଂଯୋଜନା କରିଥିବା ବେଳେ କବୀୟତ୍ରି ଡ.ମମତାମୟୀ ବିଶ୍ଵାଳ, ଅନୁପମା ବିଶ୍ଵାଳ, ପ୍ରଫୁଲ୍ଲ ମହାପାତ୍ର, ସୁବାସ ନାୟକ, ନିରଞ୍ଜନ ପଣ୍ଡା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କବି ମୁରଲୀଧର ନାୟକଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଶେଷରେ ସମ୍ପାଦକ ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ