Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାଟା ଏସି କୁ ଧକ୍କା ଦେଲା କଣ୍ଟେନର, ୨ ମହିଳା ଗୁରୁତର ଜଣେ ମୃତ

ଜମନକିରା : ଜମନକିରା ଥାନା ବଡରମା ସାପ୍ତାହିକ ବଜାର ଚାଲିଥିବା ବେଳେ ଆଜି ପ୍ରାୟ ଅପରାହ୍ନ ସାଢେ଼ ୧ ଟା ସମୟ ପାଖାପାଖି ଏକ ଟାଟା ଏସି ( ଓଡି ୧୫ ଜେ ୯୨୬୫) ଗାଡ଼ି କୁ ଏକ କଣ୍ଟେନର ( ଡବ୍ଲୁବି ୧୯ ଏଲ୍ ୦୬୯୯) ପଛ ପଟୁ ଧକ୍କା ଦେବା ଫଳରେ ଟାଟା ଏସି ଗାଡ଼ି ଯାଇ ବଜାର ଭିତରେ ବସିଥିବା ୩ ଜଣ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ସେଠାରେ ବସିଥିବା ବିଶାଳପାଲି ଗାଁର ତିଳୋତ୍ତମା ସିଂ (୫୦), କଲାବତି ସିଂ (୪୫) ଓ ପିଙ୍କୁ ସିଂ (୩୬) ଗୁରୁତର ଆହତ ହୋଇଥିଲେ। ପୋଲିସ ପହଞ୍ଚି ଆହତ ମାନଙ୍କୁ ବୁର୍ଲା ବଡ ଡାକ୍ତରଖାନା କୁ ପଠେଇଥିବା ବେଳେ ସେଠାରେ ଡାକ୍ତର ତିଳୋତ୍ତମା କୁ ମୃତ ଘୋଷଣା କରିଥିଲେ। ଏନେଇ ଜମନକିରା ଥାନା କେସ ନ. ୧୧/୨୬ ମାମଲା ରୁଜ୍ଜୁ କରାଯାଇଛି। ଟ୍ରକ ଓ ଟାଟା ଏସି ଗାଡ଼ି କୁ ଜବତ କରାଯିବା ସହ କଣ୍ଟେନର ଗାଡ଼ି ଚାଲକ କୁ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନା ଆଇଆଇସି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସ ର ସୂଚନା ଅନୁଯାଇ, ଆଜି ଅପରାହ୍ନ ସାଢେ ୧ ଟା ସମୟ ପାଖାପାଖି ଦେବଗଡ଼ ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ବଡରମା ସାପ୍ତାହିକ ବଜାର ନିକଟ ରାଜରାସ୍ତା ୫୩ ରେ ଏକ କଣ୍ଟେନର ଟ୍ରକ୍ ସାମ୍ନାରେ ଯାଉଥିବା ଟାଟା ଏସି କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଟାଟା ଏସି ଗାଡ଼ି ଟି ବଜାର ଭିତରକୁ ପଶି ଯାଇଥିଲା। ସେଠାରେ ବଜାର କରି ଘରକୁ ଯିବା ପାଇଁ ଅପେକ୍ଷା କରିଥିବା ୩ ଜଣ ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ୩ ଜଣ ମହିଳା ଗୁରୁତର ଆହତ ହୋଇଥିଲେ। ପୋଲିସ ପହଞ୍ଚି ମହିଳା ମାନଙ୍କୁ ଉଦ୍ଧାର କରିବା ସହ ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିଲା। ତେବେ ଡାକ୍ତରଖାନା ରେ ଡାକ୍ତର ତିଳୋତ୍ତମା କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ