Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣିରେ ବୁଡି ୫ ବର୍ଷୀୟା ବାଳିକାର ମୃତ୍ୟୁ

ସୁବର୍ଣ୍ଣପୁର: ତରଭା ବ୍ଲକ ବାଲିଖମାର ପଞ୍ଚାୟତ ଅନ୍ତର୍ଗତ ସିଂଢୋଲ ଗ୍ରାମର ଆଇରନ ରଣାଙ୍କ ଝିଅ ମିତା ରଣା (୫)ଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ସୂଚନାରୁ ପ୍ରକାଶଯେ ଗୁରୁବାର ପୂର୍ବାହ୍ନ ୮.୩୦ ମିତା ନିଜ ମାଆ ସୁମତିଙ୍କ ସହ ଗ୍ରାମର ଛତିବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ।ସୁମତି ଝିଅ ମିତାକୁ ଗାଧେଇ ଦେଇ ବନ୍ଧ ବାହାରେ ଠିଆ କରି ନିଜେ ଗାଧେଇବାକୁ ଯାଇଥିଲେ l ସେହି ସମୟରେ ଛୋଟ ଛୁଆ ମାନେ ଗାଧୋଇ ସାରି ନିଜ ନିଜ ଘରକୁ ଯାଇଥିଲେ। ମିତାର ମାଆ ଗାଧେଇ ସାରି ବନ୍ଧରୁ ବାହାରିଲା ପରେ ମିତା ନଥିବା ଦେଖି ଛୁଆ ମାନଙ୍କ ସହିତ ଘରକୁ ଯାଇଥିବ ଭାବି ନିଜେ ଘରକୁ ଆସି ଦେଖିଲା ବେଳକୁ ଝିଅ ନଥିବା ଜାଣି କାନ୍ଦ ବୋବାଳି କରି ବନ୍ଧକୁ ଧାଇଁଥିଲେ l ଆଖ ପାଖ କ୍ଷେତରେ କାମ କରୁଥିବା ଲୋକେ କାନ୍ଦ ବୋବାଳି ଶୁଣି ବନ୍ଧକୁ ଧାଇଁଆସି ପାଣି ଭିତରୁ ଝିଅକୁ ଖୋଜି ଉଦ୍ଧାର କରି ପ୍ରଥମେ ଚାରଭଟା ଡାକ୍ତର ଖାନକୁ ନେଇଥିଲେ l ସେଠାରେ ଡାକ୍ତର ନଥିବାରୁ ତରଭା ଡାକ୍ତର ଖାନାକୁ ଆଣିଥିଲେ ଏଠାରେ ଡାକ୍ତର ମିତାକୁ ମୃତ ଘୋଷଣା କରିଥିଲେ l ଖବର ପାଇ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।ଏସମ୍ବନ୍ଧେ ଥାନା କେଶ ନମ୍ବର ୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି।ବବ୍ୟବଚ୍ଛେଦ ପରେ ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ତଦନ୍ତ ଦାୟିତ୍ୱରେ ଥିବା କମସରା ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି l ମିତାର ଏଭଳି ମୃତ୍ୟୁ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।ଆଇରନ ରଣାଙ୍କ ପରିବାର କହିଲେ ଝିଅ ମିତା ଓ ପୁଅ ଶ୍ରୀତମ। ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇ ଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।