କାର ରେ ଗଞ୍ଜେଇ ଚୋରା ଚାଲାଣ, ୪ ଅଭିଯୁକ୍ତ କୋର୍ଟ ଚାଲାଣ
ଜମନକିରା : ଜମନକିରା ଥାନା ବଡରମା ଘାଟିରେ ଆଜି ଜମନକିରା ପୋଲିସ ପଟ୍ରୋଲିଂ କରୁଥିବା ବେଳେ ଏକ ହୋଣ୍ଡା ସିଟି (ଓଡ଼ି ୦୨ ଭି ୦୯୧୯) କାର ରେ ଗଞ୍ଜେଇ ଚୋରା ହେଉଥିବା ଯାଞ୍ଚ ବେଳେ ଜମନକିରା ପୋଲିସ ୨୫ କେଜି ୪୫୦ ଗ୍ରାମ ଗଞ୍ଜେଇ ପାଇଥିଲା। ଏଥିସହ ୧ ଲକ୍ଷ ଟଙ୍କା ଓ ୪ ଜଣ ଅଭିଯୁକ୍ତ କୁ ଗିରଫ କରିଥିଲା। ସେମାନେ ହେଲେ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ର ରୋସନ ସିଂ (୨୪), ଦୀପକ ପାଣ୍ଡେ ( ୨୨) ଉତ୍ତମ ବଗର୍ତ୍ତି ( 30) ହୋଇଥିବା ବେଳେ ଧନୁପାଲି ର ମହମ୍ମଦ ଦାନିଶ ( ୨୦) ବୋଲି ଜଣା ପଡିଛି। ଏନେଇ ଜମନକିରା ଥାନାରେ କେସ ନ.୧୨/୨୬-/୨୦(ବି)(୨)(ସି) (ଏନ୍ ଡି ପିଏସ) ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ ହାଜତ କୁ ପଠେଇ ଥିବା ନେଇ କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାଶ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ତେବେ ଜମନକିରା ଅଞ୍ଚଳରେ ଗତ ୨ ବର୍ଷରୁ ଅଧିକ ହେବ ବ୍ୟାପକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ଏହାର ଟେର ପାଉନଥିବା ସାଧାରଣରେ କାର୍ଯ୍ୟ ପ୍ରତି ସନ୍ଧେହ ସୃଷ୍ଟି କରୁଛି। ଏଦିଗରେ ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
ପୋଲିସର ସୂଚନା ଅନୁଯାଇ, ଆଜି ପୋଲିସ ପକ୍ଷରୁ ପଟ୍ରୋଲିଙ୍ଗ ଚାଲିଥିବା ବେଳେ ଜମନକିରା ଥାନା ବଡରମା ଘାଟି ନିକଟରେ ଦେବଗଡ଼ ପଟୁ ସମ୍ବଲପୁର କୁ ଏକ ହୋଣ୍ଡା ସିଟି କାର ରେ ୪ ଜଣ ଯୁବକ ଯାଉଥିଲେ। ଯାଞ୍ଚ ବେଳେ କାର ଭିତରେ ୨୫ କେଜି ୪୫୦ ଗ୍ରାମ ଗଞ୍ଜେଇ ମିଳିଥିଲା। ପୋଲିସ ସଙ୍ଗେ ସଙ୍ଗେ ଯୁବକ ଙ୍କୁ କାବୁ କରି ଜମନକିରା ଥାନା କୁ କାର ଓ ଅଭିଯୁକ୍ତ ମାନଙ୍କୁ ଆଣିଥିଲା। ପାଲେ ଖାନତଲାସ କଲା ବେଳେ ତାଙ୍କ ପାଖରୁ ନଗଦ ୧ ଲକ୍ଷ ଟଙ୍କା ଓ ୫ ଗୋଟି ମୋବାଇଲ ଜବତ କରାଯାଇଥିଲା। ଏମାନଙ୍କ ନାଁରେ ଆଗରୁ ମଧ୍ୟ ଅନେକ ମାମଲା ରହିଥିବା ନେଇ ପୋଲିସ ପ୍ରକାଶ କରିଛି।

