Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଦାନ୍ତ ସମିତିର ଅନାଥ ସେବାକାର୍ଯ୍ୟ ଅନୁଷ୍ଠିତ

ବରପାଲି : ବରପାଲି ବେଦାନ୍ତ ସମିତି ସେବାକେନ୍ଦ୍ର ପକ୍ଷରୁ ଅନାଥ ନାରାୟଣ ସେବା କାର୍ଯ୍ୟକ୍ରମ ବେଦାନ୍ତ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମିତି ସଭାପତି ସଦାନନ୍ଦ ଗଡତିୟାଙ୍କ ତତ୍ବାଧାନରେ ସେବାକାର୍ଯ୍ୟ ସମ୍ପାଦିତ ହୋଇଥିଲା। ସମ୍ପାଦକ ନାରାୟଣ ସାହୁଙ୍କ ସଂଯୋଜନାରେ ଏକ ସତସଙ୍ଗ ଆଲୋଚନା ସଭା ଆୟୋଜିତ ହୋଇଥିଲା। ବୈଠକରେ ଉପସ୍ଥିତ ସଦସ୍ୟ ମାନେ ବେଦାନ୍ତ କେଶରୀ ସ୍ବାମୀ ନିରଜଂନ ମହାରାଜଙ୍କ ତତ୍ବବାଣୀ, ସେବାକାର୍ଯ୍ୟ ନାରାୟଣ ସେବା,ବୌଦ୍ଧିକ ଚିନ୍ତାଧାରା ଓ ପଦ୍ଧତ୍ତିକୁ ନେଇ ଆଲୋଚନା ମାନ କରାଯାଇଥିଲା। ଆଲୋଚନାରେ ବୁଧୁରାଜ ବାଗ, ପୁରୁଷୋତ୍ତମ ଭୋଇ, ସୁବ୍ରତ ଭୋଇ,ରବି ନାରାୟଣ ବିଶି, ଦେବେନ୍ଦ୍ର ବାରିକ,କୁଶ ପଧାନ,ନିରଜଂନ ସାହୁ ପ୍ରମୁଖ ଭାଗ ନେଇଥିଲେ। ଏହି ଅବସରରେ ଛଅ ଜଣ ଅନାଥ ବୟଷ୍କ ଓ ମାନଶିକ ରୋଗିଣା ଯୁବକଙ୍କୁ ଗାଧୁଆ ପାଧୁଆ ସହ ବାଳ ଦାଢି କଟାଯାଇ ନୁତନ ବସ୍ତ୍ର ପ୍ରଦାନ, ଫୁଲ ଚନ୍ଦନ ଟିପା ଲଗାଇ ସ୍ବାସ୍ଥ୍ୟ ଉପରେ ପଚାରିଥିଲେ। ପରେ ଆଶ୍ରମ ପରିସରରେ ଖାଦ୍ୟ ମାଷ୍ଟାର୍ଣ୍ଣ ବିତରଣ କରାଯିବା ସହ ସ୍ବଚ୍ଛ ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ କିପରି ନିଜକୁ ରହିପାରିବେ ଆଗନ୍ତୁକ ଅତିଥି ମାନଙ୍କୁ ବୁଝାଇଥିଲେ। ବେଦାନ୍ତ କେଶରୀ ସ୍ବାମୀ ନିରଜଂନ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମିତି ଗତ ପାଚଂବର୍ଷ ହେଲା ବିଭିନ୍ନ ସମୟରେ ନିସ୍ବାର୍ଥ ଭାବେ ଅନାଥ,ଅସହାୟ ବୟଷ୍କ,ମାନଶିକ ରୋଗିଣା ପ୍ରଭୁତି ସାଧାରଣ ଲୋକଙ୍କ ସହାୟତା ମାଧ୍ୟମରେ ଅଗ୍ରଗତି ନେଇ ସ୍ବାମୀଙ୍କ ମହତବାଣୀକୁ ପାଥେୟ କରି ସେବାକାର୍ଯ୍ଯକୁ ଅଗ୍ରାଧିକାର ଦେଇ ଆସୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ