Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲେଣ୍ତାରେ ଚକବନ୍ଦି ପଲ୍ଲିସଭା ଅନୁଷ୍ଠିତ

ବରପାଲି: ବରପାଲି ବ୍ଳକ ଲେଣ୍ଡା ପଂଚାୟତ ପରିସରରେ ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଶାରେ ରାଜସ୍ବ ବିଭାଗିୟ ଚକବନ୍ଦି ବିଷୟ ଉପରେ ଏକ ପଲ୍ଲିସଭା ଅନୁଷ୍ଠିତ ହୋଇଯାଇଛି। ବୁଧବାର ପୁର୍ବାହ୍ନରେ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭା ସରପଞ୍ଚ ସୁଜାତା ବେହେରାଙ୍କ ସଭାପତିତ୍ୱରେ ପରିଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ତହସିଲଦାର ,ରୂଖ୍ବଣ ମେହେର ବରପାଲି ବିଡ଼ିଓ ପ୍ରସନ୍ନ ପାଣ୍ଡେ ଏବଂ ଆଡିସନାଲ ତହସିଲଦାରଙ୍କ ସମେତ ରାଜସ୍ବ ବିଭାଗିୟ କର୍ମଚାରୀ ମାନେ ଓ ଲେଣ୍ଡାର ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତି ରେ ଗ୍ରାମରେ ବିବାଦିତ ଥିବା ଚକବନ୍ଦୀ ବିଷୟକୁ ନେଇ ଏକ ପଲ୍ଲିସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ଉପସ୍ଥିତ ସମସ୍ତ ଗ୍ରାମବାସୀ ଏକ ସ୍ୱରରେ ଚକବନ୍ଦୀ ବିରୋଧରେ ସ୍ବାକ୍ଷର କରି ଚକବନ୍ଦୀ ବନ୍ଦ ପାଇଁ ମତ ଦେଇଥିଲେ । ପରିଶେଷରେ ତହସିଲଦାର ପଲ୍ଲିସଭାର ସାରାଂଶ ଓ ନିର୍କସ ବୁଝାଇଥିଲେ । ଅତି ଶୃଙ୍ଖଳିତ ଭାବରେ ପଲ୍ଲିସଭା ଅନୁଷ୍ଠିତ ହୋଇଥିବାରୁ ସରପଞ୍ଚ ସୁଜାତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ସହିତ ଗ୍ରାମବାସୀଙ୍କ ହିତରେ ସବୁବେଳେ ରହି ଲଢେଇ କରିବାକୁ ସୂଚିତ କରିଥିଲେ ।