ଜମନକିରା ମା” ଦୁର୍ଗାଙ୍କ ନବ ନିର୍ମିତ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଜମନକିରା : ଜମନକିରା ମୁଖ୍ୟ ଛକରେ ନବ ନିର୍ମିତ ହେଉଥିବା ମା” ଦୁର୍ଗାଙ୍କ ମନ୍ଦିରର ରତ୍ନମୁଦ ( ମୁଣ୍ଡି ମାରିବା ) ମହୋତ୍ସବ ଆଜି ଗୁରୁବାର ପ୍ରାତଃ ସାଢେ଼ ୪ଟା ସମୟ ରୁ ଶୁଭାରମ୍ଭ ହୋଇ ସନ୍ଧ୍ୟା ସାଢ଼େ ୭ଟାରେ ପରିସମାପ୍ତ ହୋଇ ଯାଇଛି। ଗ୍ରାମ ଉନ୍ନୟନ କମିଟିର ନିର୍ଦ୍ଧାରିତ ତାରିଖ ଓ ସମୟ ଅନୁଯାଇ ଆଜି ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ସାହାଡ଼ା ବୃକ୍ଷ ଏବଂ ବରୁଣ ବୃକ୍ଷଙ୍କୁ ପୂଜାର୍ଚ୍ଚନା କରାଯାଇ ବୃକ୍ଷ କୁ କଟା ଯାଇଥିଲା। ପରେ ପୂର୍ବାହ୍ନ ସାଢେ଼ ୮ ଟାରେ ମନ୍ଦିର ପ୍ରାଙ୍ଗଣରେ କର୍ତ୍ତା ଭାବେ ହେମନ୍ତ କୁମାର ପଟେଲ ଏବଂ ତାଙ୍କ ଧର୍ମପତ୍ନୀ ଦେବକୀ ପଟେଲ ପୂଜା କର୍ମ କରିଥିବା ବେଳେ ପୂଜକ ଭାବେ ଅଶୋକ କୁମାର ପାଣିଗ୍ରାହୀ ଏବଂ ଗୋପାଳ ଶତପଥୀ ପୁରୋହିତ ଭାବେ କାର୍ଯ୍ୟ ତୁଲେଇ ଥିଲେ। ପରେ ସାଢେ଼ ୧୧ ଟା ସମୟରେ ରତ୍ନମୁଦ ( ମୁଣ୍ଡି ମରା) କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ଏଥିରେ ହଜାର ହଜାର ଭକ୍ତ ଉପସ୍ଥିତ ରହି ପଞ୍ଚରତ୍ନ, ଅଷ୍ଟଧାତୁ, ପଞ୍ଚଶଶ୍ୟ ପ୍ରଦାନ କରିଥିଲେ। ବହୁ ଭକ୍ତ ଅର୍ଥ ଦାନ ମଧ୍ୟ କରିଥିଲେ। ପ୍ରାୟ ଦେଢ଼ କୋଟି ବ୍ୟୟ ଅଟକଳ ରେ ନିର୍ମିତ ଏହି ମନ୍ଦିର ପାଇଁ ବ୍ଲକ ତଥା ଜିଲ୍ଲା ଅଞ୍ଚଳରୁ ବହୁ ଭକ୍ତ ଉପସ୍ଥିତ ରହି ଦାନ ଧର୍ମ କରିଥିଲେ। ପୂଜା କାର୍ଯ୍ୟ ଶେଷ ହେବା ପରେ ଶ୍ରଦ୍ଧାଳୁ ମାନଙ୍କୁ ଅର୍ଣ୍ଣ ପ୍ରସାଦ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗ ଦେଇ କମିଟି ର କର୍ମକର୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ନବ ନିର୍ମାଣ କମିଟିର ସଭାପତି ପିଛାଲୁ ଭୋଇ, କମିଟିର ସମ୍ପାଦକ ହେମନ୍ତ ମହାକୁଲ, ଆଦି ପ୍ରସାଦ ମହାକୁଲ, ରବୀନ୍ଦ୍ର ପ୍ରସାଦ ଦାନୀ, ରମେଶ ସାହୁ, ଅନୁପ କୁମାର ବହିଦାର, ସୁବାସ ସାହୁ, ଶିବାଶିଷ ପଟ୍ଟନାୟକ, ସୁନିଲ ମହାକୁଲ, ଟିକେଶ୍ୱର ମହାକୁଲା, ଅମିତ ଅଗ୍ରୱାଲ, ଦେବା ମାହାକୁଲ, ଦିଲୀପ ସାହୁ, ବିରାଜ ପାଣ୍ଡେ, ପ୍ରଶାନ୍ତ ନାଏକ, ଦିଲୀପ ବହିଦାର, ନାରାୟଣ ସାହୁ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ସଂକୀର୍ତ୍ତନ, କୃଷ୍ଣ ଗୁରୁ, ସମ୍ପ୍ରଦାୟ ଆଦି ପରିବେଷଣ କରାଯାଇଥିଲା।

