Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଦଶଘରିଆ ଠାରେ ଠାକୁର ଶ୍ରୀଶ୍ରୀଶ୍ରୀ କେଶବ ଚନ୍ଦ୍ରଙ୍କ ଶ୍ରୀପାଦୁକା ପୂଜା ଓ ସତସଙ୍ଗ ମହୋତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଦସଘରିଆ ଠାରେ କ୍ଷିତିଜ୍ୟୋତି ଆଶ୍ରମ ପକ୍ଷରୁ ଠାକୁର ଶ୍ରୀଶ୍ରୀଶ୍ରୀ କେଶବ ଚନ୍ଦ୍ରଙ୍କ ଶ୍ରୀପାଦୁକା ପୂଜା ଓ ସତସଙ୍ଗ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଶ୍ୱ ଭାତୃତ୍ୱ ଦିବ୍ୟତ୍ମା ପରିଷଦ, ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଙ୍ଘ, କ୍ଷିତି ଜ୍ୟୋତି ଆଶ୍ରମ, ମାହାଙ୍ଗା କଟକ ଠାକୁର ଶ୍ରୀ ଶ୍ରୀ ଶ୍ରୀ କେଶବ ଚନ୍ଦ୍ର ଙ୍କ ଶ୍ରୀ ପାଦୁକା ପୂଜା ଓ ସତସଙ୍ଗ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରବଚକ ତଥା କଥା ବାଚକ ଭାବରେ ସତ୍ୟ ସନାତନୀ ସାରଥୀ ମାନସ ପୁତ୍ର ଶ୍ରୀମାନ ସୁନୀଲ ବାବା (ପୁରୀ) ଦିବ୍ୟ ବାଣୀ ପ୍ରଦାନ କରିଥିଲେ l ସମ୍ବଲପୁର ଜ଼ିଲ୍ଲା ଉପ-ପରିଚାଳକ ଦୀନେଶ କୁମାର ଲୁହା ସତସଙ୍ଗ ପରିଚାଳନା କରିଥିଲେ। ପୂଜକ ଭାବରେ ଗଣେଶ ଭାଇ ରେଙ୍ଗଲୋଇ ଓ ତାଙ୍କ ଟିମ ସହଯୋଗ କରିଥିଲେ। ଠାକୁରଙ୍କ ସ୍ଵହସ୍ତ ଲିଖିତ ଚରମ ଶାସ୍ତ୍ର, ଜମନକିରା ଶାଖାର ନୂତନ ପରିଚାଳକ ଛତୁ କଲେତ ପଠନ କରିଥିଲେ। କୁନା ଜୟ ପୁରିଆ, ଥବିର ଜୟପୁରିଆ, ପୁଷ୍ପା ଜୟପୁରିଆ, ଲଷ୍ମୀ ଜୟପୁରିଆ, ସୁରେନ୍ଦ୍ର ବୁଡ଼ା, ଅଶୋକ ଜlମଡାଳିଆ, କିଶୋର ବାଘ, ରବି ଭଞ୍ଜ, ଦୁତିଆ ଲୁହା, ଲକ୍ଷ୍ମଣ ନାୟକ, ରାଜେଶ ଜୟ ପୁରିଆ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ସମସ୍ତ ଗୁରୁ ଭାଇ ଭଉଣୀ ଏବଂ ଭଗବାନ ପିପାସୁ, ଶ୍ରଦ୍ଧାଳୁ ଅନ୍ୟାନ୍ୟ ଭାଇ ଭଉଣୀ ମାନେ ଯୋଗ ଦାନ କରିଥିଲେ। ଏହି ଅବସରରେ ନଗେନ୍ଦ୍ର ଭାଇଙ୍କ ଝିଅଙ୍କ ଅନପ୍ରାସନ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ରୀତି ନୀତିରେ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories