Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଙ୍ଗାମୁଣ୍ଡା ଦୂର୍ଗା ମାଧବ ମନ୍ଦିର ପ୍ରତିଷ୍ଠା , 56 ପ୍ରହର ନାମଯଜ୍ଞ ଓ କଂସ ଦରବାର ଆରମ୍ଭ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ଉପକଣ୍ଠ ଭଙ୍ଗାମୁଣ୍ଡା ଠାରେ ନବ ନିର୍ମିତ ଦୁର୍ଗାମାଧବ ମନ୍ଦିର ପ୍ରତିଷ୍ଠା ପାଇଁ ବୁଧବାର ପୂର୍ବାହ୍ନ ୯-୦୦ ଘ ସମୟରେ ୫୬ ପ୍ରହର ନାମଯଜ୍ଞ ଓ ଧନୁଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ମଠର ମହନ୍ତ ହରେକୃଷ୍ଣ ଦାସ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗୁଡିକ ଚାଲିଛି । ଶ୍ରୀନିବାସ ନାୟକ, ଗୋପାଳ ପାଢ଼ୀ ଓ ଆଶୁତୋଷ ପୁରୋହିତ ପୂଜକ ଭାବରେ ରହିଛନ୍ତି । ପ୍ରତିଷ୍ଠା କମିଟିର ସଭାପତି ସାଫି ମେହେର , ସଂପାଦକ ମହାଦେବ ନାଏକ , କମିଟି ସଦସ୍ୟ ଉଦ୍ଧବ ମେହେର ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି । ଗଜାନନ ପଣ୍ଡା, ଗଣେଶ ପଣ୍ଡା ଓ ଅଶ୍ବିନୀ ପଣ୍ଡା ପ୍ରମୁଖ ଜପକ କାର୍ଯ୍ୟ ତୁଲାଉଛନ୍ତି । ଏହି ଦିବ୍ୟ କାର୍ଯ୍ୟକ୍ରମରେ ଉମେଶ ପ୍ରସାଦ ରଥ , ସଂଜୀବ ସାହୁ, ତ୍ରିପୁରାରି ମଲ୍ଲିକ, ଉମେଶ ପଧାନ, ପ୍ରଦ୍ୟୁମ୍ନ କର୍ମୀ, ପ୍ରଫୁଲ୍ଲ ବେହେରା, ନାରାୟଣ ସାହୁ , ଜଗଦୀଶ ମେହେର , ଚୈତନ୍ୟ ପଧାନ ,ପଞ୍ଚୁ ମେଣ୍ଡଲି , ରାମଚନ୍ଦ୍ର ପ୍ରଧାନ , ଦାଶରଥି ଭୋଇ , ଅଯତ୍ନ କଲତା ପ୍ରମୁଖ ସହଯୋଗ କରୁଛନ୍ତି। ନାଟ୍ୟାଭିନୟ କାର୍ଯ୍ୟକ୍ରମରେ ଆଜି ଦୃମିଳାସୁର ବଧ ରହିଥିଲା ।
ରାଜ ଅତିଥି ଭାବରେ ବୀରମହାରାଜପୁର ସାମ୍ବାଦିକ ସଂଘ ସଭାପତି ସ୍ବୟମ୍ଭୂନାଥ ଖଣ୍ଡଗିରି ମୁଖ୍ୟ ଅତିଥି , ବୀରମହାରାଜପୁର କଲେଜ ଅଧ୍ୟକ୍ଷ ହିମାଂଶୁ ଶେଖର ପାଢ଼ୀ, ସମ୍ମାନିତ ଅତିଥି ,ଓ ଟିଭି ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ରବିନ୍ଦ୍ର କୁମାର ହୋତା ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ଦରବାରରେ କବିରାଜ ବସନ୍ତ ବେହେରା, ସମାଜ ସେବୀ ନେତ୍ରାନନ୍ଦ ବେହେରା ,କାଠ କାରିଗର ଅରବିନ୍ଦ ବେହେରା ,ସମାଜ ସେବୀ ପ୍ରଫୁଲ୍ଲ ବେହେରା ,ଚାଷୀ ନେତା ଦୀନବନ୍ଧୁ ପ୍ରଧାନ, ଉମେଶ ପଧାନ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ଓ ଯୁଗଳ କିଶୋର ମିଶ୍ର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ