Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମା ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଗଣ ବର୍ତ୍ତମାନ ସମୟରେ ପାଠ ଏକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ରୁ ଏଥିପ୍ରତି ଧ୍ୟାନ ରଖିବା ଉଚିତ୍ ବୋଲି ଉପସ୍ଥିତ ଛତ୍ରୀଛାତ୍ର ଙ୍କୁ ନିଜ ନିଜ ଅଭିଭାଷଣ ରେ ଆହ୍ୱାନ ଦେଇଥିଲେ । ସୂଚନା ମୁତାବକ ଉକ୍ତ ବିଦ୍ୟାଳୟ ର ଶିକ୍ଷୟିତ୍ରୀ , ଶିକ୍ଷକ ଏବଂ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଯଥା ଉକ୍ତ କାର୍ଯ୍ୟକ୍ରମ ର ଆବାହକ ରଶ୍ମିତା ରାଉତ ପ୍ରମୁଖ ଙ୍କ ସହଯୋଗରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ରାମଚନ୍ଦ୍ର କାଡାମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି ସମୟରେ ଉପସ୍ଥିତ ଛାତ୍ରୀ ଛାତ୍ର ଙ୍କୁ ବର୍ତ୍ତମାନ ସମାଜରେ ଯେଉଁ ଭଳି ଘଟଣା ଘଟି ଚାଲିଛି । ନିଜର ସୁରକ୍ଷା କେମିତି ନିଜେ ଦେବ ସେଥିପ୍ରତି ପ୍ରଥମ ଗୁରୁତ୍ୱ ଦେବା ଆବଶ୍ୟକ । ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢାଇବା ସମୟରେ ପଢାଉଥିବା ପାଠ କିପରି ଛାତ୍ର ଛାତ୍ରୀ ଗୁରୁତ୍ୱ ଦେଇ ଗ୍ରହଣ କରିବେ ସେଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ରହିଛି ଏବଂ ପାଠ ପ୍ରତି ସମସ୍ତ ଛାତ୍ରଛାତ୍ରୀ ଧ୍ୟାନ ଦେବାକୁ ଆହ୍ୱାନ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପାଙ୍ଗି ଯୋଗଦେଇ ପାଠ ପଢିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ପଢାଉଥିବା ପାଠ କୁ ଗୁରୁତ୍ୱ ଦେଇ ତାଙ୍କୁ ସମ୍ମାନ ଦେବା ତୁମ ମାନଙ୍କ ପ୍ରଥମ କର୍ତ୍ତବ୍ୟ । ଛାତ୍ର ଛାତ୍ରୀ ଙ୍କ ଭିତରେ ରହିଥିବା ଲୁକ୍କାୟିତ ପ୍ରତିଭା ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଏକ ମାଧ୍ୟମ ଅଟେ । ଏହି ବିଦ୍ୟାଳୟ ରୁ ମୁଁ ଯେମିତି ପାଠପଢି ଆଜି ଜଣେ ଲୋକ ପ୍ରତିନିଧି ହେବା ସହ ବ୍ଲକ୍ ଅଧ୍ୟକ୍ଷା ହୋଇ ପାରିଛି । ସେହିପରି ତୁମ ମାନଙ୍କ ମଧ୍ୟରେ ନିଜ ନିଜ ମଧ୍ୟରେ ଲକ୍ଷ୍ୟ ରଖିବା ଆବଶ୍ୟକ ରହିଛି ବୋଲି ନିଜ ଅଭିଭାଷଣରେ ବୁଝାଇଥିଲେ । ଶେଷରେ ବାର୍ଷିକ କ୍ରିଡା ରେ କୃତିତ୍ୱ ହୋଇଥିବା ଛାତ୍ରୀ ଛାତ୍ର ଙ୍କୁ ମାନପତ୍ର ଏବଂ ଟ୍ରଫି ଅତିଥି ମାନ ଙ୍କ ଦ୍ଵାରା ପ୍ରଦାନ କରି ଉତ୍ସାହିତ କରା ଯାଇଥିଲା । ଯେଉଁଥିରେ କି ୟଶବନ୍ତ ଭୋଇ ଏବଂ ମମତା ଦିଶାରି ଦୁହେଁ ବିଦ୍ୟାଳୟ ଚଳିତ ବର୍ଷର ଛାତ୍ରୀ ଛାତ୍ର ଭାବେ ସମ୍ମାନିତ ହୋଇ ଥିବା ବେଳେ ଜଲିମା ଟାକିରି , ଚତୁର୍ଥ ଶ୍ରେଣୀ ର ଅଚୁତ୍ ପଡାଲ୍ ଏବଂ ପଞ୍ଚମ ଶ୍ରେଣୀର ନାଗାମା ମୁଣ୍ଡା ଗାଡିଆ , ଅମାନତ୍ ଖିଲ ପ୍ରମୁଖ ବିଦ୍ୟାଳୟ ର ଚାମ୍ପିୟାନ ଭାବେ ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପୁକାଲି ହାଇସ୍କୁଲ ର ଶିକ୍ଷକ ଜଗନ୍ନାଥ ସାହୁ ମଞ୍ଚ ପରିଚାଳନା କରିବାରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟ ଶିକ୍ଷୟିତ୍ରୀ ସୁପ୍ରଭା ପରିଡ଼ା , ପ୍ରଫୁଲ୍ଲ କୁମାର ବେହେରା , ପ୍ରୀୟାଶ୍ ସାହୁ , ହାମିତ୍ ବୋଡେକ୍ , ଶିବ ଶଙ୍କର ସାହୁ , ପ୍ରକାଶ ଚନ୍ଦ୍ର ପଣ୍ଡା , ମନ୍ଦା କିନି ଶବର , ଅବସନା ନିତୁ , ଭଗବାନ ଶିଶା , ରଶ୍ମିତା ମାଝି , ଧରିତ୍ରୀ ଲେଙ୍କା , ମମତା ପୂଜାରୀ , ସୁଜାତା ସଏଁ , ମମିତା ମହାରଣା , ପ୍ରକାଶ ଚନ୍ଦ୍ର ସାହୁ , ଅନିତା ରାଉତ , ତୃପ୍ତି ମୟୀ ପଣ୍ଡା , ସୁନିତା ଖରା ଓ ଜୁନେଶ ବାଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories