Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଙ୍ଗା ମୁଣ୍ଡା ଧନୁଯାତ୍ରା ରେ ଦେବକୀ ବସୁଦେବଙ୍କ ବିବାହ, ଉଗ୍ରସେନ ଙ୍କ ଗାଦିଚ୍ୟୁତ ଆଦି ଅଭିନୀତ

ବୀରମହାରାଜପୁର :
ବୀରମହାରାଜପୁର ଉପକଣ୍ଠ ଭଙ୍ଗାମୁଣ୍ଡା ଠାରେ ନବ ନିର୍ମିତ ଦୁର୍ଗାମାଧବ ମନ୍ଦିର ପ୍ରତିଷ୍ଠା ପାଇଁ ମଠର ମହନ୍ତ ହରେକୃଷ୍ଣ ଦାସ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଧନୁଯାତ୍ରା ମହୋତ୍ସବ ର ଗୁରୁବାର ନାଟ୍ୟାଭିନୟ ରେ ଦେବକୀ ବସୁଦେବ ବିବାହ , ଉଗ୍ରସେନଙ୍କୁ ଗାଦିଚ୍ୟୁତ ଓ କଂସର ମଥୁରାର ସିଂହାସନ ଆରୋହଣ ଦୃଶ୍ୟ ଅଭିନୀତ ହୋଇଥିଲା । କଂସ ଭୂମିକାରେ ଗୋପାଳ ଦାଶଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ରାଜ ଅତିଥି ଭାବରେ ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ସଭାପତି ଡଃ.ପ୍ରଫୁଲ୍ଲ କୁମାର ରଥ , ବୀରମହାରାଜପୁର ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରକାଶ କୁମାର ସେଠ , କଳିଙ୍ଗ ଟି ଭି ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ଶେଷଦେବ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ଦରବାରରେ କାଲିଆ ପ୍ରଧାନ , ମନୋରଞ୍ଜନ ମିଶ୍ର , ସୁରୁମଣୀ ମଲ୍ଲିକ , ସମାରୁ ନାଏକ , ଶୁକ୍ରୁ ମେହେର , ପବିତ୍ର ମେହେର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁନଶ୍ଚ ଚାଲିଥିବା ୫୬ପ୍ରହର ନାମଯଜ୍ଞ ରେ ଶ୍ରୀନିବାସ ନାୟକ , ଗୋପାଳ ପାଢ଼ୀ ଓ ଆଶୁତୋଷ ପୁରୋହିତ ପୂଜକ ଭାବରେ ଯଜ୍ଞାଦି କାର୍ଯ୍ୟ ସଂପାଦନ କରୁଛନ୍ତି । ପ୍ରତିଷ୍ଠା କମିଟିର ସଭାପତି ସାଫି ମେହେର , ସଂପାଦକ ମହାଦେବ ନାଏକ , କମିଟି ସଦସ୍ୟ ଉଦ୍ଧବ ମେହେର , ସଞ୍ଜିବ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି । ଗଜାନନ ପଣ୍ଡା , ଗଣେଶ ପଣ୍ଡା ଓ ଅଶ୍ବିନୀ ପଣ୍ଡା ପ୍ରମୁଖ ଜପକ କାର୍ଯ୍ୟ ତୁଲାଉଛନ୍ତି । ଏହି ଦିବ୍ୟ କାର୍ଯ୍ୟକ୍ରମରେ ଉମେଶ ପ୍ରସାଦ ରଥ , ସଂଜୀବ ସାହୁ , ତ୍ରିପୁରାରି ମଲ୍ଲିକ, ଉମେଶ ପଧାନ , ପ୍ରଦ୍ୟୁମ୍ନ କର୍ମୀ, ପ୍ରଫୁଲ୍ଲ ବେହେରା , ନାରାୟଣ ସାହୁ , ଜଗଦୀଶ ମେହେର , ଚୈତନ୍ୟ ପଧାନ ,ପଞ୍ଚୁ ମେଣ୍ଡିଲି, ରାମଚନ୍ଦ୍ର ପ୍ରଧାନ , ଦାଶରଥି ଭୋଇ, ଅଯତ୍ନ କଲତା ପ୍ରମୁଖ ସହଯୋଗ କରୁଛନ୍ତି। ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ଓ ଯୁଗଳ କିଶୋର ମିଶ୍ର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ