ଦୁଗ୍ଧ ଉତ୍ପାଦନ ସମବାୟ ସମିତି ର ବାର୍ଷିକ ସାଧାରଣ ସଭା
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ତା ବ୍ଲକ ଅନ୍ତର୍ଗତ କଳାପଥର ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଓମ୍ ଫେଡ୍ ତରଫରୁ ଗୁରୁବାର ଅନୁଷ୍ଠିତ ହେଇଯାଇଛି । ଉକ୍ତ ସଭାରେ ସମିତିର ସଭାପତି ଶ୍ରୀ ଗିରିଜା ପ୍ରସାଦ ମହାକୁର ସଭାପତିତ୍ୱ କରି ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରଦିପାଦନ କରିଥିଲେ । ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍ଧ ସଂଘ ସମ୍ବଲପୁର ର ଜେନେରାଲ୍ ମେନେଜର ଡଃ.ସରୋଜ କୁମାର ସାହୁ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ଉତ୍ସାହିତ କରିଥିଲେ । ପ୍ରତ୍ୟେକ ଚାଷିଙ୍କୁ କାମଧେନୁ ଯୋଜନା , ମାଈବାଛୁରୀ ପାଳନ ଯୋଜନା ଓ ଆର୍ଥିକ ସହାୟତା ସମିତିରୁ ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇଥିଲେ । ଭାରପ୍ରାପ୍ତ ଅଞ୍ଚଳ ଅଧିକାରୀ ସୋନପୁର ର ଶ୍ରୀ ସହଦେବ ଶତପଥି ଓ ଜିଲ୍ଲା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଚାଷୀ ମାନଙ୍କୁ ସୋସାଇଟି ସହ ସଂଯୁକ୍ତ ରହି ସମସ୍ତ ସରକାରୀ ସୁବିଧା ସୁଯୋଗକୁ ଉପଯୋଗ କରିବାକୁ କହିଥିଲେ । ଉକ୍ତ ସଭାରେ ସତୁରିରୁ ଉର୍ଦ୍ଧ୍ବ ଚାଷି ଯୋଗ ଦେଇଥିଲେ । କଳାପଥର କେନ୍ଦ୍ର ସଂପାଦକ ଶ୍ରୀ ଅମିୟ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

