Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ କାର୍ଯ୍ୟାଳୟ କୁ କର୍ମଚାରୀ ଆସୁନଥିବାରୁ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଗ୍ରାମ ପଞ୍ଚାୟତର ପିଅନ ମହେନ୍ଦ୍ର ପୁରୋହିତ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ କାର୍ଯ୍ୟାଳୟକୁ ଆସୁନାହାନ୍ତି । ପିଅନ କାର୍ଯ୍ୟାଳୟକୁ ଆସୁନଥିବାରୁ ଅଫିସ କାର୍ଯ୍ୟରେ ବାରମ୍ବାର ବାଧାପ୍ରାପ୍ତ ହେଉଛି।ଯାହା ଫଳରେ ଆଜି ସରପଞ୍ଚ ଯଶୋବନ୍ତ ପଣ୍ଡା ଗାଁ ଗାଁ ବୁଲି ନିଜେ ନୋଟିସ ଛାପିବାକୁ ଯାଇଥିଲେ । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏ ଦିଗରେ କେହି କର୍ଣ୍ଣପାତ କରୁନାହାନ୍ତି ! ସରପଞ୍ଚ ନିଜେ ଆଜି ନୋଟିସ ଛାପିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହ ଜନସାଧାରଣ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏହି ଅବହେଳା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଦାବୀ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ