ମନରେଗା ବନାମ ଭିବି ଜୀ ରାମ ଜି ଯୋଜନା ସଚେତନତା ନେଇ ସାମ୍ବାଦିକ ସମ୍ମିଳନୀ
ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ମନରେଗା ବନାମ ଭିବି-ଜୀ-ରାମ-ଜୀ ଯୋଜନା ସଚେତନତା ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ଏପିଓ ମନୋଜ କୁମାର ଭୋଇ ପରିଚାଳନା ସହ ଯୋଜନା ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ସାହୁ ଉପସ୍ଥିତ ରହି ମନରେଗା ଓ ଭିବି-ଜୀ-ରାମ-ଜୀ ଯୋଜନାର ଉପାଦେୟତା ଓ ଆବଶ୍ୟକତା ଉପରେ ବୁଝେଇଥିଲେ। ପୂର୍ବରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଥିବା ବେଳେ ଏବେ ତାହା ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ନିମନ୍ତେ ଗ୍ୟାରେଣ୍ଟି ଯୋଜନା ହୋଇଛି। ଯଦ୍ୱାରା ନିଶ୍ଚିତ କର୍ମ ନିଯୁକ୍ତି ସହିତ ସ୍ଥାୟୀ ସମ୍ପତି ସୃଷ୍ଟି ମାଧ୍ୟମରେ ଗ୍ରାମୀଣ ବିକାଶ, ପ୍ରତି ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୫ ଦିନର କର୍ମ ନିଯୁକ୍ତି ର ଗ୍ୟାରେଣ୍ଟି, ଏହି ଯୋଜନାରେ ଜଳ ସୁରକ୍ଷା, ସୁଦୃଢ ଭିତ୍ତି ଭୂମି, ଜୀବିକା ଅଭିବୃଦ୍ଧି ଏବଂ ଜଳବାୟୁ ସହନ ଶିଲତା ଭଳି ୪ ଟି ମୁଖ୍ୟ କାର୍ଯ୍ୟର ପ୍ରକାର ରହିଛି, ଏହାର ଯୋଜନା ପ୍ରଣାଳୀ ପଞ୍ଚାୟତ ଦ୍ଵାରା ପ୍ରସ୍ତୁତ ବିକଶିତ ଗ୍ରାମ ପଂଚାୟତରେ ଅନ୍ତର୍ଭୁକ୍ତ ହେବ ( ପିଏମ୍ ଗତି ଶକ୍ତି ) ଥିବା ବେଳେ ଏହାର ଭୂମିକା ପଞ୍ଚାୟତ ସ୍ତରରେ ଦୃଢ଼ୀକରଣ କରାଯିବ। ପୂର୍ବରୁ ମନରେଗା ଯୋଜନାରେ ସୃଷ୍ଟି କରାଯାଇଥିବା ପ୍ରକଳ୍ପ ଗୁଡ଼ିକର କମ ଦିନର ସ୍ଥାୟୀ ଥିଲା। କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ଏହା ସ୍ଥାୟୀ, ଉତ୍ପାଦନକ୍ଷମ ଏବଂ ଜୀବିକା ବୃଦ୍ଧିକାରି ସମ୍ପତି ଉପରେ ଗୁରୁତ୍ବ ଦିଆଯିବ। ଆଗରୁ ସାମାଜିକ ସମୀକ୍ଷା ବାଧ୍ୟତାମୂଳକ ଥିଲା ମାତ୍ର ତାହା ପ୍ରଭାବ ସବୁଠି ସମାନ ନଥିଲା କିନ୍ତୁ ଏଥିରେ ଏହି ଯୋଜନାରେ କାର୍ଯ୍ୟର ସ୍ବଚ୍ଛତା ପାଇଁ ଅଧିକ ଶକ୍ତିଶାଳୀ ବ୍ୟବସ୍ଥା କରାଯାଇଛି। ସେହିପରି ଭିତ୍ତିଭୂମି, ଜଳବାୟୁ ଏବଂ ଜୀବିକା ସମ୍ବନ୍ଧିତ ବ୍ୟବସ୍ଥିତ ଉପରେ ସମନ୍ଵୟ ଏବଂ ଗ୍ରାମୀଣ କାର୍ଯ୍ୟରେ ଜଳବାୟୁ ଅନୁକୁଲତା ଏବଂ ସ୍ଥିରତା ଉପରେ ଗୁରୁତ୍ବ ଦିଆଯାଇଛି। ଏଭଳି ଅନେକ ଦିଗରେ ଆଜି ବ୍ଲକ କର୍ତ୍ତୃପକ୍ଷ ଆଲୋଚନା ଏବଂ ପ୍ରୋଜେକ୍ଟର ମାଧ୍ୟମରେ ବୁଝାଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

