ସ୍ବେଛାସେବୀ ସଂଗଠନ ସଂସ୍କାର ତରଫରୁ ବକ୍ତୃତା ପ୍ରତିଯୋଗିତା….
ଲକ୍ଷ୍ମୀପୁର ୦୭/୦୨
କୁନି କୁନି ଛାତ୍ର ଛାତ୍ରୀଙ୍କ ଜ୍ଞାନର ଅବିବୃଦ୍ଧି ପାଇଁ ସ୍ବେଛାସେବୀ ସଂଗଠନ ସଂସ୍କାର ତରଫରୁ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସଂସ୍କାର ସ୍ବେଛାସେବୀ ସଙ୍ଘଠନ ର ସଭାନେତ୍ରୀ ସଙ୍ଗୀତା ମିଶ୍ର ଙ୍କ ପ୍ରଚେଷ୍ଟା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଝୀନ୍ନ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ଉପ ସଭାପତି ସୁରେନ୍ଦ୍ର କୁଲଦୀପ, ସାହିତ୍ୟ ପରିଷଦ ସଭାପତି ଡ଼.ମହାଦେବ ଶତପଥୀ, ଅତିରିକ୍ତ ଶିକ୍ଷା ଅଧିକାରୀ ବିଭୁତି ଭୂଷଣ ଟାକ୍ରୀ,ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇଶ୍ୱର ମିଣିଆକା ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ନଅଟି ସ୍କୁଲର ଷଷ୍ଠ ରୁ ଦଶମ ଶ୍ରେଣୀର ୫୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।କନିଷ୍ଠ ଙ୍କ ପାଇଁ ପ୍ଲାଷ୍ଟିକ ମୁକ୍ତ ଭାରତ ଓ ବରିଷ୍ଠ ମାନଙ୍କ ପାଇଁ ଗଣ ତନ୍ତ୍ରର ମୂଲ୍ୟ ବୋଧ ଉପରେ ଆଧାରିତ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା।ସାଙ୍ଗାନ୍ନା ହାଇସ୍କୁଲ ର ଶିକ୍ଷକ ଅଶେଷ କାର୍ଜି, ଶୀଧେଶ୍ବରୀ ପବଲିକ ସ୍କୁଲର ଶିକ୍ଷୟତ୍ରୀ ଶକୁନ୍ତଳା ଷଡ଼ଙ୍ଗୀ ଓ କାଣୀ ମୂଷା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ କୁମଦିନୀ ଗରଡ଼ା ବିଚାରକ ଭାବେ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ।କନିଷ୍ଠ ବିଭାଗରେ ଶ୍ରଦ୍ଧାସୁମନ ପଟନାୟକ ପ୍ରଥମ, ହର୍ଷିତା ସାହୁ ଦ୍ୱିତୀୟ ଓ ହିତାଂଷି ମହାରଣା ତୃତୀୟ ହୋଇଥିବା ବେଳେ ବରିଷ୍ଠ ବିଭାଗରେ ବସୁଧା କୁମାରୀ ବେହେରା ପ୍ରଥମ, ପଞ୍ଚମୀ ହିକକା ଦ୍ୱିତୀୟ ଓ ଦୁତିକା ଝୋଡ଼ିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ… କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

