ଦୁର୍ଘଟଣା ରେ ଯୁବକ ଙ୍କ ମୃତ୍ୟୁ…ଗାଡି ଚି଼ହ୍ନଟ ସହ କ୍ଷତି ପୂରଣ ଦାବୀ ରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ..
ଲକ୍ଷ୍ମୀପୁର ୦୭/୦୨ ….
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟସ୍ଥ ଡିଡି ଘାଟିରେ ଜଣେ ଯୁବକ ଙ୍କ ଦୁର୍ଘଟଣା ରେ ମୃତ୍ୟୁ କୁ ନେଇଁ ପରିବାର ଓ ଗ୍ରାମବାସୀ ଜାତୀୟ ରାଜପଥ କୁ ଅବରୋଧ କରି ରଖିଛନ୍ତି। ରାୟଗଡା ଠାରୁ କୋରାପୁଟ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ ଅବରୋଧ ହୋଇଥିବା କାରଣରୁ ରାସ୍ତା ରେ ଯାତ୍ରୀ ବାହି ବସ ଠାରୁ ଆରମ୍ଭ କରି ପରିବହନ ଗାଡି ଗୁଡିକ ଅଟକ ରହିଛି… ଦୁର୍ଘଟଣା ଘଟାଇ ଥିବା ଗାଡି କୁ ଚିହ୍ନଟ କରିବା ସହ କ୍ଷତି ପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଉପରେ ଶବ ରଖି ଆନ୍ଦୋଳନ କରିବା ଶହ ଜାତୀୟ ରାଜପଥ କୁ ଅବରୋଧ କରି ରଖିଛନ୍ତି… ସୂଚନା ଅନୁଯାୟୀ ଲକ୍ଷ୍ମୀପୁର ରୁ ଏକ ବାଇକ ଯୋଗେ ନବୀନ ଚାଲାଣ ଓ ତାଙ୍କ ସମ୍ପର୍କୀୟ ଭାଇ ରାଜେଶ ମୁଦୁଲି ନିଜ ଗାଁ ଦଶମନ୍ତ ପୁର ବ୍ଲକ ର ତୋଟା ଗୁଡା ଗାଁ କୁ ଯାଉଥିବା ବେଳେ ଡିଡି ଘାଟିରେ ଏକ କାର ସହ ଧକ୍କା ହୋଇ ଛିଟିକି ପଡ଼ିଥିଲେ, ନବୀନ ଛିଟିକି ପଡି ରାସ୍ତା ଉପରେ ପଡ଼ିଥିବା ବେଳେ ରାଜେଶ ରାସ୍ତା କଡରେ ପଡ଼ିଥିଲେ, ଦୁର୍ଘଟଣା ପରେ କାର ପଛ ପଟେ ଆସୁଥିବା ଏକ ହାଇୱା ଗାଡି ରାସ୍ତା ଉପରେ ପଡ଼ିଥିବା ନବୀନ ଙ୍କ ଉପରେ ଚଢି ଯାଇଥିଲା…
ହାଇୱା ଚଢି ଯିବା ରୁ ଘଟଣା ସ୍ଥଳରେ ନବୀନ ଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜେଶ ଙ୍କୁ ଆହତ ଅବସ୍ଥା ରେ ଉଦ୍ଧାର କରି ଡାକ୍ତର ଖାନା ରେ ଭର୍ତି କରାଯାଇଛି… ଖବର ପାଇଁ ଗାଁ ଲୋକେ ଆସି ରାସ୍ତା ରୋକ ଜାରି ରଖିଛନ୍ତି.. ସେପଟେ ଆଇଆଇସି ସୁଜ୍ଞାନୀ ସାହୁ ସିସି ଟିଭି ଫୁଟେଜ ଆଧାର ରେ ଗାଡି କୁ ଚି଼ହ୍ନଟ କରାଯିବାର ପ୍ରୟାସ ଚାଲିଥିବା ପ୍ରକାଶ କରିଛନ୍ତି.. ଘଟଣା ସ୍ଥଳରେ ବିଧାୟକ ପବିତ୍ର ସାଉଁତା, ବିଜେଡ଼ି ଜିଲ୍ଲା ସଭାପତି ଝିନ ହିକକା, ବ୍ଲକ ସଭାପତି ବିପିନ ମାଣ୍ଡିଙ୍ଗା ପ୍ରମୁଖ ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା କରିବା ସକାଶେ ଘଟଣା ସ୍ଥଳ ରେ ଉପସ୍ଥିତ ରହିଛନ୍ତି…

