ବ୍ଲକ୍ ସ୍ତରୀୟ ଭିନ୍ନ କ୍ଷମ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା
ଲକ୍ଷ୍ମୀପୁର ୦୭/୦୨
ଲକ୍ଷ୍ମୀପୁର ବ୍ଲକ୍ ପଡିଆ ଠାରେ ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଅଂଶୁମାନ ବେହେରା ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଆରତୀ କୁଲଦୀପ,ଜୋନ-୨ ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା, ସିଡିପିଓ ପାର୍ବତୀ ଆଚାର୍ଯ୍ୟ, ବିଜେପି ଯୁବ ନେତା ଦେବ କୁମାର ଖରା ଯୋଗ ଦେଇଥିଲେ।ଅତିଥି ବୃନ୍ଦ ଙ୍କ ଦ୍ୱାରା ଠାକୁର ଙ୍କ ନିକଟରେ ପୂଜାର୍ଚନା ସାରିବା ପରେ ମୁଖ୍ୟ ଅତିଥି ରିବନ କାଟି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ଏଥିରେ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ ରୁ ଶହେରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ହୂଇଲ ଚେୟାର,ଶହେ ମିଟର ଦୌଡ଼,ଜାଭଲିନ ଥ୍ରୋ,ଡିସ୍କସ ଥ୍ରୋ,ସଟଫୁଟ ଥ୍ରୋ,ଦୌଡ଼ି ଡିଆଁ,ଲମ୍ବ ଡିଆଁ,ଉଚ୍ଚ ଡିଆଁ ଓ ଚିତ୍ରାଙ୍କନ ସମେତ ବିଭିନ୍ନ ପ୍ରକାର ର ସାଂସ୍କୃତିକ ପ୍ରତିଯୋଗିତା ସ୍ଥାନ ପାଇଥିଲା।
ପୋଗ୍ରାମ ଆସିଷ୍ଟାଣ୍ଡ ତ୍ରିନାଥ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଉପସ୍ଥିତ ରହି ବ୍ଲକ୍ ରିସର୍ସ ପର୍ସନ କୃଷ୍ଣ କୁଲଦୀପ,ଆଇଇଭି କୁଳନିଧି ବିଡ଼ିକା ମନୋଜ କୁମାର ମାଣ୍ଡିଙ୍ଗା,ଜୁନିୟର କ୍ଲର୍କ ବି.ଗାୟତ୍ରୀ ଦେବି,ପେସା କର୍ଡିନେଟର ଆଦର୍ଶିନୀ ଗରଡ଼ା ଓ ଲକ୍ଷ୍ମୀପୁର ମହା ବିଦ୍ୟାଳୟ ଜାତୀୟ ସେବା ଯୋଜନାର ସ୍ବେଛାସେବୀ ମାନେ ଯୋଗ ଦେଇ କ୍ରୀଡା ରେ ସହଯୋଗ କରିଥିଲେ।ସାଙ୍ଗାନ୍ନା ହାଇସ୍କୁଲର ଖେଳ ଶିକ୍ଷକ ଆଶୀର୍ବାଦ ନାୟକ,ଧରଡ଼ା ୟୁଜିଏଚଏସ ରାଜେଶ କୁମାର ଭୋଳ,କାକିରିଗୁମା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଦେବାନନ୍ଦ ଚଣ୍ଡୀ, ତଳ ଚମ୍ପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୂଚିତ କୁମାର ଖରା,ଲୁଲୁପଦର ୟୁଜିଏଚଏସ ର ବବିତା ପ୍ରଧାନ ଯୋଗ ଦେଇ ଖେଳ ପରିଚାଳନା କରିଥିଲେ।

