Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ଯୁବ ଉତ୍ସବରେ ଚନ୍ଦ୍ରିକା କର୍ଣ୍ଣ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ସମ୍ବନ୍ଧିତ କଲା ମାହେଶ୍ଵରୀ ସେନା

ବୀରମହାରାଜପୁର : ଶନିବାର ଅପରାହ୍ନ ରେ ରାଜ୍ୟ ଯୁବ ଉତ୍ସବ -୨୦୨୬ ରେ ବିରମହାରାଜପୁର ମହାବିଦ୍ୟାଳୟ ଓଡ଼ିଆ ସମ୍ମାନ ର ଶେଷ ବର୍ଷ ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ ଦ୍ଵିତୀୟ ସ୍ଥାନ ଅଧିକାର କରି ଗୌରବ ଆଣି ଥିବାରୁ ମାହେଶ୍ଵରୀ ସେନା ସୁବର୍ଣ୍ଣପୁର ତରଫରୁ ତାଙ୍କ ରଥପୁରସ୍ଥିତ ମାମୁ ଘରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାହେଶ୍ଵରୀ ସେନା ଜିଲ୍ଲା ସଭାପତି ସୁଧାଂଶୁ କର୍ଣ , ଜିଲ୍ଲା ଡୁମାଲ ପରିଷଦ କାର୍ଯ୍ଯ କାରିଣୀ ସଦସ୍ୟ ମୀନକେତନ ମହାକୁର, ପ୍ରଦ୍ୟୁମ୍ନ ମହାକୁର, ମଳୟ ଅମାତ , ପିଙ୍କୁ ଗାଇଗରିଆ, ଆଲୋକ କର୍ଣ୍ଣ, ଅଜିତ କର୍ମୀ, ବାଳମୁକୁନ୍ଦ କର୍ଣ୍ଣ ପ୍ରମୁଖ ଚନ୍ଦ୍ରିକା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ମତ ଦାତା ସଚେତନତା ସ୍ଲୋଗାନ ଓ ରିଲସ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପୁରସ୍କୃତ ହୋଇ ଥିବାରୁ ବିରମହ।ର।ଜପୁର ଅଞ୍ଚଳ ର ବୁଦ୍ଧିଜୀବୀ ମହଲରେ ଚନ୍ଦ୍ରିକା ବେଶ୍ ପ୍ରଶଂସିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ