ବୀରମହାରାଜପୁର ମେଳଣ ପଡିଆରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମେଳଣ ପଡିଆରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ହିନ୍ଦୁ ସମାଜ ପକ୍ଷରୁ ଆୟୋଜିତ ହିନ୍ଦୁ ସମ୍ମିଳନୀ ସଭାରେ ଅକ୍ଷୟ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ଦୟାନିଧି ହୋତା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ସୁଶ୍ରୀ ବୈଷ୍ଣବୀ ହିନ୍ଦୁ ଏକତା ଉପରେ ବକ୍ତବ୍ୟ ରଖିଥିଲେ l ମୁଖ୍ୟବକ୍ତା ଭାବରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରାନ୍ତ ସହ ସଂଯୋଜିକା ସରସ୍ବତୀ ନନ୍ଦ ଯୋଗଦେଇ ଏକତ୍ର ଭାବରେ ଆତ୍ମବୋଧ କୁ ଜଗାଇବାକୁ ହେବ ବୋଲି କହିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ହିନ୍ଦୁ ଭାଇ ଭଉଣୀ ଯୋଗଦେଇଥିଲେ l ସର୍ବ ପ୍ରଥମେ ଗାୟତ୍ରୀ ପରିବାର ପକ୍ଷରୁ ଦୀପ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

