Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଟା ଉସ୍ଚବ ଆରମ୍ଭ; ତିନି ଦଶନ୍ଧି ପରେ ସମ୍ପୁର୍ଣହେଲା ପୁର୍ଣାଙ୍ଗ ମନ୍ଦିର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଶ୍ରୀ ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଟା ଉସ୍ଛବ କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆରମ୍ଭ ହୋଇଛି।୫ଦିନ ଧରି ଏହି ପ୍ରତିଷ୍ଟା ଉସ୍ଚବ କାର୍ଯ୍ୟକ୍ରମ ହୋମଯଜ୍ଞ ମାଧ୍ୟମରେ କରାଯାଉଥିବା ବେଳେ ଗଞ୍ଜାମ ଓ ପୁରି ରୁ ବ୍ରାହ୍ମଣ ପଣ୍ଡିତ ମାନେ ଆସି ପୂଜା କାର୍ଯ୍ୟରେ ଯୋଗ ଦେଇଛନ୍ତି।ପ୍ରତିଷ୍ଟା ଉସ୍ଛବ ସକାଶେ ଲକ୍ଷ୍ମୀପୁର ଉସ୍ଚବ ମୁଖର ହୋଇ ଉଠିଥିବା ବେଳେ ସୁନ୍ଦର ଆଲୋକ ସଜ୍ଜାରେ ସଜ୍ଜିତ କରାଯାଇଛି।ଗୁରୁବାର ଦିନ ଅଞ୍ଚଳର ଶତାଧିକ ମହିଳା ସ୍ତାନୀୟ ଘୋଡାବନ୍ଧରୁ ବନ୍ଧାପନା କରାଯିବାବପରେ କଳଶ ଯାତ୍ରା ରେ ପାଣି ଆଣି ମନ୍ଦିର ନିକଟରେ ରଖିଥିଲେ,ପରେ ପ୍ରତିଷ୍ଟା ଉସ୍ଛବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅଞ୍ଚଳର ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ରେ ପ୍ରାୟ କୋଟିଏ ରୁ ଉର୍ଧ ଟଙ୍କାରେ ଏକ ସୁସଜ୍ଜିତ ମନ୍ଦିର ତିଆରି କରାଯାଇଥିବା ବେଳେ ମନ୍ଦିର ପରିଚାଳନା କମିଟି ର ପୁର୍ଣ ସହଯୋଗରେ ପ୍ରତିଷ୍ଟା ଉସ୍ଛବ ଆରମ୍ଭ କରାଯାଇଛି।ପ୍ରତିଷ୍ଟା ଉସ୍ଚବ ଅବସର ରେ ଅଙ୍କୁର ରୋପଣ ଧାନ୍ୟାଦିବାସ,କଳସଯାତ୍ରା କର୍ମାରମ୍ଭ ଯଜ୍ଞଅଗ୍ନି ସ୍ଥାପନ,ସୂର୍ଯ୍ୟ ପୂଜା,ଗୋପୂଜା,ଗୁରୁପୂଜା,ଦେବତା ଆବାହନ ,ଦେବତା ମହାସ୍ନାନ ଓ ଶୟନ,ପ୍ରାଣ ପ୍ରତିଷ୍ଠା,ନାମଯଞ୍ଜ,ପୁର୍ଣାହୁତି,ଜଗନ୍ନାଥ ଙ୍କ ଚତୁରର୍ଦ୍ଧା ମୂର୍ତି ଙ୍କ ମନ୍ଦିର ପ୍ରବେଶ ,ପ୍ରସାଦ ସେବନ ଓ ନାମ ଯଞ୍ଜ ଭଳି ବିଭିନ୍ନ କାର୍ଯ୍ୟକ୍ରମ ୫ଦିନ ରେ ଅନୁଷ୍ଟିତ ହେବ।ଭଜନ ସମାରହ ,ଅଷ୍ଟପ୍ରହର ନାମଯଜ୍ଞ,ପ୍ରବଚନ ଭଳି କାର୍ଯ୍ୟକ୍ରମ ପ୍ରତ୍ୟକ ଦିନ ଅନୁଷ୍ଟିତ କରାଯାଉଛି।୧୯୯୫ ମସିହାରେ ଗାଁର ସ୍ବର୍ଗତ ପୁର୍ଣ ଚନ୍ଦ୍ର ସାହୁ ,ରଘୁନାଥ ମଲ୍ଲିକ,କ୍ରିଷ୍ନା ରାଓ ,ନିରଞ୍ଜନ ବିଡିକ୍,ରାଜମେସ୍ତ୍ରୀ ରାମଚନ୍ଦ୍ର ସାହୁ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବ କର୍କରା ଭଳି କିଛି ବ୍ୟକ୍ତି ସମୁହ ଙ୍କ ଦ୍ବାରା କୋରାପୁଟ ଶାବର ଶ୍ରୀକ୍ଷେତ୍ର ରୁ ଚତୁର୍ଦ୍ଧା ମୂର୍ତି ଅଣାଯାଇ ଏକ ଅସ୍ତାୟୀ ଆଜବେଷ୍ଟ ଘରେ ପୂଜାର୍ଚନା କରାଯାଇ ରଥଯାତ୍ରା କରାଯାଉଥିଲା।କିଛିବର୍ଷ ପରେ କମିଟି ଦ୍ବାରା ଏକ ସ୍ତାୟୀ ମନ୍ଦିର କରାଯିବା ସକାଶେ ନିଷ୍ପତି ନିଆଯିବା ପରେ ଚତୁର୍ଦ୍ଧା ମୂର୍ତି କୁ କଲ୍ୟାଣ ମଣ୍ଡପ ରେ ସ୍ତାନାନ୍ତର କରାଯିବା ପରେ ଆଜବେଷ୍ଟ ଘରକୁ ଭଙ୍ଗାଯାଇଥିଲା।ମନ୍ଦିର ଆରମ୍ଭ ହୋଇ ପାଖାପାଖି ୩ଦଶନ୍ଧି ପରେ ବର୍ତମାନ ଏକ ସମ୍ପୁର୍ଣ ମନ୍ଦିର ତିଆରି ହୋଇପାରିଛି।ବର୍ତମାନ କମିଟିର ସଭାପତି ଦିନବନ୍ଧୁ ସାହୁ ସମ୍ପାଦକ ଅଭିମନ୍ୟୁ ସାହୁ ,ହରେକୃଷ୍ନ ସାହୁ,ଭି.ରାମୁ,ହୃଷିକେଶ ସାହୁ ଙ୍କ ଅକ୍ଲାମ ପରିଶ୍ରମ ସହ କମିଟି ସଦସ୍ୟ ଦିଲିପ୍ ବିଡିକା,ବଳରାମ ଖରା,ପି ସୂର୍ଯ୍ୟ,ଭାସ୍କର ସୂଚେନ,ପ୍ରମୋଦ କିଶୋର ଗରଡା,,ତ୍ରିନାଥ ମହାରଣା ,ଝାଡୁ ବାଘ, ଭଳି ଅନେକ ବ୍ୟକ୍ତି ଙ୍କ ସହଯୋଗରେ ମନ୍ଦିର ପ୍ରତିଷ୍ଟା ହୋଇପାରିଥିବା ରୁ ସାଧାରଣରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ