Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚମ୍ପାମାଳ ଦୋଳ ମହୋତ୍ସବ ଯାତ୍ରା କମିଟି ଗଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଚମ୍ପାମାଲ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଚମ୍ପେଶ୍ୱର ବାବାଙ୍କ ପଞ୍ଚଦୋଳ ଯାତ୍ରା ପାଇଁ କମିଟି ଗଠିତ ହୋଇଯାଇଛି l ଚଳିତ ବର୍ଷ ସଭାପତି ଭାବରେ କିଶୋର ହୋତାଙ୍କୁ ଚୟନ କରିଥିବାବେଳେ ଉପସଭାପତି ରବି ଚନ୍ଦ୍ର ବିଶି, ସମ୍ପାଦକ ଆଶୁତୋଷ କର୍ଣ୍ଣ , ସହ-ସମ୍ପାଦକ ଭୁଲା ଶଙ୍କର ସେଠି, କୋଷାଧକ୍ଷ ଭାବରେ, ପ୍ରତ୍ୟୁଷ ଥନାପତି ଏବଂ ପଞ୍ଚାନନ ମହାରଣା ରହିଛନ୍ତି l ଉପଦେଷ୍ଟା ଭାବରେ ରାମକୃଷ୍ଣ ହୋତl , ଲକ୍ଷ୍ମୀ ନାରାୟଣ ପୁରୋହିତ , ମହେନ୍ଦ୍ର ଜଗଦଲା , ସରୋଜ ହୋତା , ବିଶ୍ୱନାଥ ଥନାପତି ,ପ୍ରମୋଦ କୁମାର ପୁରୋହିତ , ପ୍ରମୁଖ ରହିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ ସଦସ୍ୟ ସହଯୋଗ କରିବାକୁ ନିଷ୍ପତି ନିଆଯାଇଥିଲା l ଆସନ୍ତା ୨୭ ଫେବୃଆରୀ ଠାରୁ ୩ ମାର୍ଚ୍ଚ ପର୍ଯ୍ୟନ୍ତ ପଞ୍ଚଦୋଳ ଯାତ୍ରା ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଦୋଳ ପୁର୍ଣିମା ଦିନ ମହାପ୍ରଭୁ ଚମ୍ପେଶ୍ୱର ମନ୍ଦିର ରୁ ବାହାରି ହରିହର ଭେଟ ପାଇଁ ବୀରମହାରାଜପୁର କୁ ଆସି ଟିଠିପାଲି ରାମେଶ୍ୱର ବାବl , କମ୍ୱଲପୁର ଗୁପ୍ତେଶ୍ୱର ବାବl , ଷଣ୍ଢା ବାଗବର, କୁମୁରସିଂହା ର ରାଧାକୃଷ୍ଣ ଏବଂ ବୀରମହାରାଜପୁର ସ୍ଥିତ ଜଗନ୍ନାଥ ଙ୍କ ସହ ହରିହର ଭେଟ ରେ ସାମିଲ ହେବ ବୋଲି ଜଣାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ