Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଣ୍ଡାମାନର ପୋର୍ଟବ୍ଲେୟରରେ ମାଟିଲଗ୍ନା ସାହିତ୍ୟ ସଂସଦ

ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଆଣ୍ଡାମାନ ଦ୍ବୀପପୁଞ୍ଜର ରାଜଧାନୀ ପୋର୍ଟବ୍ଲେୟରରେ ପାଦ ଥାପିଛି ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ। ପୋର୍ଟବ୍ଲେୟାରର ଚିନ୍ମୟ ମିଶନ ଠାରେ ଦ୍ଵିତୀୟ ଆନ୍ତର୍ଜାତୀୟ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୋର୍ଟ ବ୍ଲେୟାରସ୍ଥିତ ଓଡ଼ିଆ ସଂଗଠନ ସହଯୋଗରେ ଶତାଧିକ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆନ୍ତର୍ଜାତୀୟ ଓଡ଼ିଆ ସାହିତ୍ୟ ସମ୍ମିଳନୀ ଆୟୋଜିତ ହୋଇଛି l ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି କିଶୋର ଚନ୍ଦ୍ର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସମାଜର ସଭାପତି ସୁରେଶ ପ୍ରହଲ୍ଲାଦ ଓ ମୁଖ୍ୟ ବକ୍ତା ଭାବେ ଚିନ୍ମୟ ମିଶନର ପୁରୋଧା ସ୍ୱାମୀ ଚିନ୍ମୟାନନ୍ଦ ସରସ୍ବତୀ ଯୋଗଦାନ କରି ସଭାକୁ ଉଦଘାଟନ କରିଥିଲେ। ସାମ୍ମନିତ ଅତିଥି ଭାବେ ସମୀର ମହାପାତ୍ର, ଜୟନ୍ତ ମହାଳିକ, କିଶୋର ଚନ୍ଦ୍ର ତ୍ରିପାଠୀ, ବିଭୂତି ଭୂଷଣ ମିଶ୍ର, ବ୍ରଜକିଶୋର ପାଢ଼ୀ ଓ ଭଗବାନ ସିଂ ମାଝୀ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ଉତ୍କର୍ଷତା ପ୍ରତିପାଦିତ କରିବା ସହ ଏସକାଶେ ମାଟିଲଗ୍ନାର ଉଦ୍ୟମର ଭୁୟସୀ ପ୍ରଶଂସା କରିଥିଲେ। ପ୍ରକାଶ ଯୋଗ୍ୟଯେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପାଇଁ ମାଟିଲଗ୍ନା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଉତ୍ତରାଖଣ୍ଡର ହରିଦ୍ଵାର, ମହାରାଷ୍ଟ୍ରର ମୁମ୍ବାଇ, ଗୁଜରାଟର ଦ୍ବାରକା ଆଦି ସ୍ଥାନରେ ଜାତୀୟସ୍ତରୀୟ ଓଡ଼ିଆ ସାହିତ୍ୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଡିସେମ୍ବର ୨୬ରେ ନେପାଳର ରାଜଧାନୀ କାଠମାଣ୍ଡୁରେ ପ୍ରଥମ ଆନ୍ତର୍ଜାତୀୟ ଓଡ଼ିଆ ସାହିତ୍ୟ ସମ୍ମିଳନୀ ସଫଳତାର ସହ ଆୟୋଜନ କରିଥିବା ସୂଚନା ପ୍ରଦାନ କରିଛନ୍ତି l ଆଣ୍ଡାମାନରେ ଥିବା ସମସ୍ତ ଓଡ଼ିଆ ପ୍ରବାସୀଙ୍କ ଉପସ୍ଥିତି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲା।
ଅତିଥି ଙ୍କ ଦ୍ୱାରା ମାଟିଲଗ୍ନା ସ୍ମରଣିକା ଉନ୍ମୋଚନ ହେବା ସହ କବିତା ପାଠୋତ୍ସବ ହୋଇଥିଲା। ଓଡିଶାରୁ ଯାଇଥିବା ୩୪ ଜଣ କବି ଓ କବୟିତ୍ରୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମ୍ମିଳନୀରେ କବୟିତ୍ରୀ ନିଲକାନ୍ତି ପଟ୍ଟନାୟକ, ସୁକାନ୍ତି ମହାନ୍ତି, ବାସନ୍ତୀ ସାହୁ, ସୁଦୂର୍ମା ପଣ୍ଡା, ଯମୁନା ଦାଶ, ସିମାଞ୍ଚଳ ପଣ୍ଡା, ସୁବାସ ତାରିଣୀଙ୍କ ସହ ଓଡିଶାର ୩୪ ଜଣ କବି କବିୟତ୍ରୀ ଅଂଶଗ୍ରହଣ କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି ସ୍ଥିତ ଅନ୍ତର୍ଡl ଗ୍ରାମର ନୀଳକାନ୍ତି ପଟ୍ଟନାୟକ ଏହି ଭବ୍ୟ ସମାରୋହରେ ଯୋଗଦାନ କରି ସ୍ୱାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କ କରକମଳରେ ମାନପତ୍ର ଗ୍ରହଣ କରି ନିଜକୁ ଗୌରବ ଅନୁଭବ କରିଛନ୍ତି ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ