ମୂର୍ଷୁଣ୍ଢୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ମୂର୍ସୁଣ୍ଢିରେ ଦ୍ଵିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ” ଆସ୍ପର୍ଦ୍ଧା” ଉଦଯାପିତ ହୋଇଛି । ଏହି ଦୁଇ ଦିବସୀୟ ବାର୍ଷିକ କ୍ରୀଡା ର ପ୍ରଥମ ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ପଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ମନୋଜ ନାଏକଙ୍କ ଦ୍ଵାରା ବରିଷ୍ଠ ବାଳିକା ବିଭାଗର ୧୦୦ ମିଟର ଦୌଡ ସହିତ କ୍ରୀଡା ପ୍ରତିଯୋଗିତା ଗୁଡ଼ିକର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ବାଲ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୫୦ ରୁ ଅଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚକୋଲେଟ ଗ୍ରୁପ, ସବ୍ ଜୁନିଅର, ଜୁନିଅର ଏବଂ ସିନିୟର୍ ବିଭାଗର ମୋଟ ୪୫ ଟି ଏଭେଣ୍ଟ ରେ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ସଭାରେ ସ୍ଥାନୀୟ ସରପଞ୍ଚ ମନୋଜ ସାହୁ ସମ୍ମାନିତ ଅତିଥି, ରଘୁନାଥ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳିଆ କର୍ମୀ ମୁଖ୍ୟ ଅତିଥି ଏବଂ ଜାତିସଙ୍ଘ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିପୁରାରି ରଥ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉତ୍ତମ ଫଳ ଓ ମାନବଳ ଦୃଢ଼ ନିମନ୍ତେ ବାର୍ଷିକ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ପରୀକ୍ଷାର୍ଥୀ ପାଇଁ ଯଥାକ୍ରମେ ୩୦୦୦ ଏବଂ ୧୧୧୧ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଏହି ଉଦଯାପନୀ ସଭାରେ ୪୫ ଟି ଇଭେଣ୍ଟ ରେ ମୋଟ ୧୩୫ ଜଣ କୃତି ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ଓ ସର୍ଟିଫିକେଟ ପ୍ରଦାନ କରିବା ସହିତ ପ୍ରତ୍ୟେକ ବିଭାଗର ଚାମ୍ପିଅନ ମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରଫି ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀକାନ୍ତ କୁମାର ନାଏକ ଙ୍କ ତତ୍ତ୍ଵାବଧାନରେ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଖେଳ ଶିକ୍ଷକଙ୍କ ସହଯୋଗରେ ଶୃଙ୍ଖଳାର ସହିତ ସମସ୍ତ ଇଭେଣ୍ଟ ସମାପ୍ତ ହୋଇଥିଲା । ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ପଣ୍ଡା ସଭାପତିତ୍ବ କରିଥିଲେ ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ଅନିତା ମହାକୁର ଧନ୍ୟବାଦ୍ ଅର୍ପଣ କରିଥିଲେ। ସହକାରୀ ଶିକ୍ଷକ ନୀଳାମ୍ବର ମେହେର ସଭା ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିରହି ଖେଳରେ ସହଯୋଗ କରିଥିଲେ ।

