ଜଟେସିଂହା ଉଚ୍ଚ ବିଦ୍ୟାଳୟ ରେ ଓଷ୍ଟା ର ସ୍ଵତନ୍ତ୍ର ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଉଚ୍ଚ ବିଦ୍ୟାଳୟରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ, ଓଷ୍ଟାର ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ଓଷ୍ଟା ବ୍ଲକ ସଭାପତି ଚନ୍ଦ୍ରମଣି ବାଘଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଉପଦେଷ୍ଟା ସଭ୍ୟ ତଥା ଓଷ୍ଟାର ବରିଷ୍ଠ ସଂଗଠକ ଭୂଷଣ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଓଷ୍ଟା ସଭାପତି ଅଖୋଜ ପଧାନ, ସମ୍ପାଦକ ସୁଶୀଲ କୁମାର ବିଶି ଯୋଗଦାନ କରି ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଓଷ୍ଟା ସଂଗଠନକୁ ଦୃଢ କରିବାକୁ ଉପସ୍ଥିତ ଶିକ୍ଷକ ମାନଙ୍କୁ ଆହ୍ୱାନ କରିଥିଲେ l ପୂର୍ବତନ ବ୍ଲକ ସମ୍ପାଦକ ତ୍ରିପୁରାରୀ ରଥ ମଂଚାସୀନ ହୋଇ ଓଷ୍ଟାର ଏହିଭଳି କାର୍ଯ୍ୟକୁ ପ୍ରଂଶସା କରିଥିଲେ l ଏହି ସଭାରେ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୪୦ ଜଣ ଶିକ୍ଷକ ଯୋଗ ଦେଇଥିଲେ l ଶେଷରେ ବ୍ଲକ ସମ୍ପାଦକ ବ୍ରଜମୋହନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଭାରେ ପଡୋଶୀ ବ୍ଲକ ଉଲୁଣ୍ଡା ସମ୍ପାଦକ ପ୍ରହଲ୍ଲାଦ ସାହୁ ଓ ଉପସଭାପତି ପଙ୍କଜ ଖମାରି ଯୋଗଦାନ କରିଥିଲେ l

