ବୀରମହାରାଜପୁର ବ୍ରହ୍ମା କୁମାରୀ କେନ୍ଦ୍ର ରେ ମହାଶିବରାତ୍ରି ପାଳନ
ବୀରମହାରାଜପୁର : ଆଜି ପ୍ରଜlପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ବୀରମହାରାଜପୁର ଶାଖା ପକ୍ଷରୁ ସ୍ଥାନୀୟ କେନ୍ଦ୍ର ଠାରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି । ରବିବାର ଏ ଅବସରରେ ମୂଖ୍ୟ ଅତିଥି ଭବରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ନାରାୟଣ ଲୁହା ଯୋଗଦାନ କରି ଶିବଝଣ୍ଡା ଉତ୍ତୋଳନ କରିଥିଲେ । ଉଦବୋଧନ ଦେଇ ସମବେତ ବ୍ରହ୍ମା କୁମାରୀ ଭାଇ ଓ ଭଉଣୀ ମାନଙ୍କୁ ସୁସମାଜ ଗଠନ ଦିଗରେ ଏ ମାନଙ୍କ ବିଶେଷ ଭୂମିକା ରହିଥିବା କହିଥିଲେ । ମାଉଣ୍ଟଆବୁ ସ୍ଥିତ ବ୍ରହ୍ମା କୁମାରୀ ମୂଖ୍ୟ କେନ୍ଦ୍ରକୁ ଯାଇ କିଛିଦିନ ବିତାଇବା ପରେ ଇଶ୍ଵରୀୟ ଅନୁଭୂତି ଲାଭ କରିବା, ମାନବୀୟ ଜୀବନ ର ମୂଲ୍ୟବୋଧ ସମ୍ବନ୍ଧୀୟ ଜ୍ଞାନ ଅର୍ଜନ କରିଥିବା ଉପଲବଧି ବିଷୟରେ ଜଣାଇଥିଲେ । ଆଶ୍ରମର ସଂଚାଲୀକା ଭଉଣୀ ଅର୍ପିତା ଶିବରାତ୍ରି ର ତାତ୍ପର୍ଯ୍ୟ ତଥା କାହିଁକି ପାଳନ କରାଯାଏ ତାହାରି ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଶିବ ଝଣ୍ଡା ତଳେ ସାମୁହିକ ଧ୍ୟାନ ଓ ଶପଥ ପାଠ କରାଇଥିଲେ ।
ଏ କାର୍ଯ୍ୟକ୍ରମରେ ଭାଇ ଇନ୍ଦ୍ର , ସୋମନାଥ , ସୁରେଶ , ପ୍ରଦୀପ , ଯୋଗେଶ୍ୱର , ବିଦ୍ୟାଧର , ସୁଦାମ , ଏବଂ ଭଉଣୀ ସନୋଷିନୀ , ଆରତୀ , ବୃନ୍ଦାବତୀ , ସବିତା , ରୁକୁଣି, ସୋଭାସିନି, ମୀତା , ନିରୁପମl , ମଞ୍ଜୁଲତା ପ୍ରମୁଖ ଯୋଗଦାନ୍ କରି ବିଶ୍ୱର ଶାନ୍ତି ଓ ସମୃଦ୍ଧି ପାଇଁ ଶପଥ ପାଠ କରିଥିଲେ ।

