ଗାୟତ୍ରୀ ଆବସିକ ଶିକ୍ଷା ନିକେତନ ପରିସରରେ ଭୀମଭୋଇ ମହା ପ୍ରୟାଣ ଦିବସ ପାଳିତ
ବୀରମହାରାଜପୁର :
ସନ୍ଥକବି ମହଯୋଗୀ ଭୀମଭୋଇଙ୍କ ମହାପ୍ରୟାଣ ଦିବସ ରବିବାର ମହାସମାରୋହରେ ବୀରାମରାଜପୁର ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷାବିଦ ଲେଖକ ବ୍ରଜମୋହନ ଦାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ଗୋରେଖନାଥ ସାହୁ ମୁଖ୍ୟଅତିଥି, ପ୍ରଧାନ ଶିକ୍ଷକ ପଙ୍କଜ କୁମାର ଖମାରୀ ତଥା ଶିକ୍ଷକ ମକୁନ୍ଦ ଧରୁଆ ସମ୍ମାନିତ ଅତିଥି ଏବଂ ଶିକ୍ଷକ ବିକାଶ ମହାକୁର ଓ ଶିକ୍ଷୟିତ୍ରୀ ଯଶସ୍ୱିନୀ ସାହୁ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ସ୍ୱାଧୀନତା ସା ଓ କୃଷ୍ଣା କୁଦେଇ ମଧ୍ୟ ବକ୍ତବ୍ୟ ରଖିଥିଲେ l ବକ୍ତାମାନେ ଭୀମଭୋଇଙ୍କ ଜୀବନୀ, ସାରସ୍ୱତ କୃତି, ଧର୍ମ ଓ ଯୋଗ ସମ୍ପର୍କରେ ବିଷଦ ଆଲୋକପାତ କରିବା ସଙ୍ଗେ ସଙ୍ଗେ କହିଥିଲେ ଯେ ଭୀମଭୋଇ କେବେ କୌଣସି କ୍ଷେତ୍ରରେ ଭିନ୍ନକ୍ଷମ ନ ଥିଲେ l ତେଣୁ ରାଜ୍ୟ ବା ଦେଶରେ କୌଣସି ଭିନ୍ନକ୍ଷମ ଅନୁଷ୍ଠାନକୁ ତାଙ୍କ ନାମରେ ନାମିତ କରା ନ ଯାଉ । ଏହି କ୍ରମରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ରାଜ୍ୟର ପ୍ରତ୍ୟେକ ସରକାରୀ ଅନୁଷ୍ଠାନରେ ଭୀମଭୋଇଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ପତ୍ତି ହୋଇଥିଲା l କାର୍ଯ୍ୟକ୍ରମଟି କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ, ସନ୍ଥକବି ଚନ୍ଦ୍ରମଣି ଦାସ ଓ ଭୀମଭୋଇ ସ୍ମୃତିନ୍ୟାସ ତଥା ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l

