Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଙ୍ଗଠନ କାର୍ଯ୍ୟାଳୟ ରେ ବିଶ୍ଵ ସାମାଜିକ ନ୍ୟାୟ ଦିବସ ପାଳିତ

ବୀରମହାରାଜପୁର :
ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ବିଶ୍ବ ସାମାଜିକ ନ୍ୟାୟ ଦିବସ ଆଜି ପାଳିତ ହୋଇଯାଇଛି। ଅନୁଷ୍ଠାନ ର ଉପ ସଭାପତି ଦିଲ୍ଲୀପ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ପାଢ଼ୀ , ଭଗବାନ ମିଶ୍ର , ବରିଷ୍ଠ ସଭ୍ୟ ନାରାୟଣ ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ କହିଲେ ଯେ ସମାଜରେ ଧନ ସମ୍ପତ୍ତି , ମାନ , ଯଶ , ଅଧିକାର ସମାନ ଭାବରେ ସମସ୍ତଙ୍କ ପାଖରେ ନଥାଏ । ଧର୍ମ , ସଂସ୍କୃତି, ଲିଙ୍ଗ , ଜାତି , ଦକ୍ଷତା ମଧ୍ୟରେ ସମାନତା ରହି ନଥାଏ । ସାମାଜିକ ନ୍ୟାୟ ଏହି ଦୃଷ୍ଟିରୁ ସମସ୍ତଙ୍କୁ ସମାନ ଅର୍ଥନୈତିକ , ରାଜନୈତିକ ଓ ସାମାଜିକ ଅଧିକାର ଦେବାପାଇଁ ଉଦ୍ଦିଷ୍ଟ ବୋଲି ମତ ପ୍ରକାଶ କରିଥିଲେ । ଜଗଦୀଶ ଚାନ୍ଦ ସ୍ବାଗତ କରିଥିଲେ । ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ଦିବସର ଉଦ୍ଦେଶ୍ୟ ଜ୍ଞାପନ ସହିତ ସଭା ସଂଯୋଜନା କରିଥିଲେ । ଶେଷରେ ଶ୍ୟାମସୁନ୍ଦର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ