ଖଇରିଆ ପାଲି ଗ୍ରାମରେ ସବୁଜ ବନାନୀ ର ସୁରକ୍ଷା ପାଇଁ ସମୁହ ଶପଥ ପାଠ କାର୍ଯ୍ୟକ୍ରମ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଖଜୁରିଆପାଲି ଗ୍ରାମରେ ସବୁଜ ବନାନୀର ସୁରକ୍ଷା ପାଇଁ ସମୂହ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶପ୍ରେମୀ ସତ୍ୟଜିତ ଗଡୁଆଙ୍କ ତତ୍ତ୍ଵାବଧାନରେ ଗ୍ରାମର ଯୁବଗୋଷ୍ଠୀ ଏଥିରେ ଅଂଶଗ୍ରହଣ କରିଥିଲେ । ସବୁଜିମା ଜଙ୍ଗଲକୁ ନିଆଁ ଦାଉରୁ କିଭଳି ରକ୍ଷା କରିବା, ଡହଳବିକଳ ହେଉଥିବା ବନ୍ୟ ପ୍ରାଣୀମାନଙ୍କୁ ସୁରକ୍ଷା ଦେବା, ଜୀବଜନ୍ତୁ ମାନଙ୍କୁ ପ୍ରଚଣ୍ଡ ଖରା ସମୟରେ ପାଣି ଯୋଗାଇଦେବା, ପରିବେଶ ଓ ପ୍ରକୃତିର ସଂରକ୍ଷଣ ଦିଗରେ ସମ୍ପୂର୍ଣ୍ଣ ଯତ୍ନବାନ ରହିବା ନେଇ ସେମାନେ ଆଲୋଚନା କରିଥିଲେ ।

