କାଦୋଦର କଲେଜର ଅଧ୍ୟାପକ ଜାଦୁଗର ଉଦ୍ଭବ ପଧାନ ଙ୍କୁ ଶ୍ରୀ କ୍ଷେତ୍ର କଳାରତ୍ନ ସମ୍ମାନ ରେ ସମ୍ମାନିତ
ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ମାଁ ଉମାଦେବୀ ଅଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଯୁବ ରେଡକ୍ରସ କାଉନସେଲର ତଥା ପ୍ରସିଦ୍ଧ ଯାଦୁଗର ଉଦ୍ଧବ ପଧାନଙ୍କୁ ଉତ୍କଳ କଳା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।ହେପି ମୋମେଣ୍ଟ ଇଣ୍ଡିଆ ର 14ତମ ପ୍ରତିଷ୍ଠା ଦିବସ ଶ୍ରୀକ୍ଷେତ୍ର ପ୍ରତିଭା ସମ୍ମାନ ସମାରୋହ ଜିଲ୍ଲା ସଂସ୍କୃତି ଭବନ ଜଗନ୍ନାଥ ଧାମ ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ଅଧ୍ୟାପକ ଯାଦୁଗର ଶ୍ରୀ ପଧାନଙ୍କୁ ଶିକ୍ଷା , ସମାଜ ସେବା ଏବଂ ଅନ୍ଧବିଶ୍ବାସ ଉପରେ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟଅତିଥି ଶିଶୁ କଲ୍ୟାଣ ସଂଘ ଅଧ୍ୟକ୍ଷ ଡ଼. ଅଜିତ ମହାରଣା ସମ୍ମାନିତ ଅତିଥି ଭାବେ ଆଧ୍ୟାତ୍ମିକ ସଂସ୍କାରକ ଆଦିମାତା କଳ୍ପନା, ଓଲିଉଡ଼ ଆର୍ଟିଷ୍ଟ ଜୟନ୍ତ ସନ୍ତ୍ରା, ବିଶିଷ୍ଟ ସାହିତ୍ୟିକା ଡ଼. ରୋଜାଲିନ ସେନାପତି ପ୍ରମୁଖ ଉପସ୍ଥିତ ରହି ମାନପତ୍ର, ଉପଢୌକନ ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଦେଶ ର ବିଭିନ୍ନ ରାଜ୍ୟ ରୁ କଳା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଙ୍କୁ ସମର୍ଦ୍ଧିତ କରାଯାଇଥିଲା l ଶିବାନନ୍ଦ ବାରିକ ପରିଚାଳନା କରିଥିବା ବେଳେ ସଂସ୍ଥାପକ ତଥା ଅଧ୍ୟକ୍ଷ ଡ଼.ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

