ଚମ୍ପାମାଳ ଚମ୍ପେଶ୍ଵର ବାବା ଙ୍କ ପଞ୍ଚଦୋଳ ମହୋତ୍ସବ ପ୍ରସ୍ତୁତି ଚୁଡାନ୍ତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଚମ୍ପାମାଲ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଚମ୍ପେଶ୍ୱର ମନ୍ଦିର ରେ ପଞ୍ଚଦୋଳ ମହୋତ୍ସବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚି ସାରିଛି l ଆଜି ଏନେଇ ଚମ୍ପାମାଲ ପଞ୍ଚଦୋଳ ମହୋତ୍ସବ କମିଟି ସଭାପତି କିଶୋର ହୋତା ସୂଚନା ପ୍ରଦାନ କରିଛନ୍ତି l ପଞ୍ଚଦୋଳ ପ୍ରଥମ ସନ୍ଧ୍ୟା ରେ ବାବା ଚମ୍ପେଶ୍ୱର ଗମ୍ଭୀରା ରୁ ବାହାରି ଦୋଳ ମଣ୍ଡପ ରେ ଦୋଳିବା ସହିତ ଭକ୍ତ ଙ୍କୁ ଦର୍ଶନ ଦେବେ l ପ୍ରଥମ ସନ୍ଧ୍ୟାରେ ପାତଳୀ ଶ୍ରୀକ୍ଷେତ୍ର ଭଜନ କାର୍ଯ୍ୟକ୍ରମ, ଦ୍ଵିତୀୟ ସାନ୍ଧ୍ୟରେ ଡୁମୁରି ଏବଂ ପଣ୍ଡ୍ରି ମଧ୍ୟରେ ମହିଳା ବୈଠକି ଅନୁଷ୍ଠିତ ହେବ l ତୃତୀୟ ସନ୍ଧ୍ୟା ରେ ଅନନ୍ତପାଲି ଏବଂ ଫୁଲଚରା ମଧ୍ୟରେ କୀର୍ତନ ବୈଠକି, ଚତୁର୍ଥ ସନ୍ଧ୍ୟା ରେ ଶ୍ଵେତାରୁନା ଏବଂ ରୁପେଶ କମେଡି ସୋ ପ୍ରଦର୍ଶନ ହେବ l ଠିକ ସେହିପରି ବଲାଙ୍ଗୀର ରୁଗୁଡ଼ିଖାଳ ର ଖୁସୁବୁ ଦଣ୍ଡନୃତ୍ୟ ସପୁର ନାଗ ଏବଂ ସାଥି ଙ୍କ ଦ୍ୱାରା ପରିବେଷଣ ହେବ l ପୁର୍ଣିମା ଦିନ ରାତ୍ର ୧୧ ଘଣ୍ଟା ସମୟରେ ଚମ୍ପେଶ୍ୱର ବାବା ମନ୍ଦିର ରୁ ବାହାରି ନଗର ପରିକ୍ରମା କରିବା ସହିତ ହରିହର ଭେଟ ପାଇଁ ବୀରମହାରାଜପୁର ମେଳଣ ପଡିଆ ଅଭିମୁଖେ ଯାତ୍ରା କରିବେ l ଘଣ୍ଟ, ଢୋଲ ବାଦ୍ୟ, ଛତି ଛତ୍ର, ଚାମର, ଆଲମ, ମଙ୍ଗଳଖାନ୍ଦୀ, ସହ ଚଳିତ ବର୍ଷ ଗଞ୍ଜାମଜିଲ୍ଲା ପୋଲସରା ର ଯୋଡିଶଙ୍ଖ, ପାଣ୍ଡା ଓ ବଣ ମଣିଷ ବିଶେଷ ଆକର୍ଷଣ ରହିବ ବୋଲି ଜଣାଯାଇଛି l

