Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଫୁଲା ପଞ୍ଚାୟତର ମାସିକ ବୈଠକରେ ପାନୀୟ ଜଳ ସମସ୍ୟା,ଜବର ଦଖଲ ଉଚ୍ଛେଦ ନେଇ ଆଲୋଚନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ପଞ୍ଚାୟତ ସଭା ଗୃହ ଠାରେ ମାସିକ ବୈଠକ ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ସାହୁ ଓ ସମସ୍ତ ୱାର୍ଡ ସଭ୍ୟାସଭ୍ୟମାନେ ଯୋଗଦେଇ ଥିଲେ। ବୈଠକ ରେ ପାନୀୟ ଜଳ ଯୋଗାଣ, ନଳକୂପମାନଙ୍କର ସ୍ଥିତି, ଜଳ ଯୋଗାଣ ପ୍ରକଳ୍ପ ରେ ସମସ୍ୟା ବିଷୟ ଉପରେ ଆଲୋଚନା ହେବା ସହ ପଞ୍ଚାୟତ ର ନିଜସ୍ବ ଦୋକାନ ଗୃହ ବଣ୍ଟନ, ଦୋକାନ ଗୃହ ଜବରଦଖଲ ଉଛେଦ, ଆସନ୍ତା ମାସ ରୁ ମଧୁବାବୁ ପେନସ ବଣ୍ଟନ ରେ ନଗଦ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ପଞ୍ଚାୟତର ଉଫୁଲା, କାନପୁର ଗ୍ରାମର ଜଳଯୋଗାଣ ପ୍ରକଳ୍ପ ସୁପରିଚାଳନା ନେଇ ଆଲୋଚନା ଏବଂ ପ୍ରବଳ ଗ୍ରୀଷ୍ମ ପ୍ରଭାବ ପାଇଁ ଜଳସ୍ତର ନିମ୍ନଗାମି ହେବାରୁ ଗ୍ରାମ ମାନଙ୍କରେ ଥିବା ନଳକୂପ ଗୁଡିକରୁ ପାଣି ବାହାରୁ ନ ଥିବା ରୁ ପାନୀୟ ଜଳ ସମସ୍ୟା ବିଷୟରେ ଆଲୋଚନା ହୋଇଥିବା ବେଳେ ନିହାତି ଆବଶ୍ୟକ ସ୍ଥଳେ ନଳକୂପ ଗୁଡିକ ମରାମତି କରାଯିବ ବୋଲି ନିଷ୍ପତି ହୋଇଥିଲା । ପଞ୍ଚାୟତ ତରଫରୁ ହୋଇ ଥିବା ଦୋକାନ ଗୃହ ଗୁଡିକ ଆବଣ୍ଟନ ଓ ଜବରଦଖଲ ନେଇ ଆଲୋଚନା ହୋଇଥିଲା ଏବଂ ସରକାରଙ୍କ ନିଷ୍ପତି ପରେ ହିତାଧିକାରି ମାନଙ୍କୁ ଭତ୍ତା ନଗଦ ରାଶି ରେ ପ୍ରଦାନ କରାଯିବା ଏବଂ ଭତ୍ତା ବଣ୍ଟନରେ ସ୍ବଚ୍ଛତା ସାଙ୍ଗକୁ କିପରି ବୃଦ୍ଧାବୃଦ୍ଧ, ଦିବ୍ୟଙ୍ଗ ହଇରାଣ ନ ହେବେ ସେ ନେଇ ଆଲୋଚନା ହୋଇଥିଲା । ବୈଠକରେ ନାଏବ ସରପଞ୍ଚ କଲ୍ୟାଣି ମହାପାତ୍ର, ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା ଙ୍କ ସହ ପଞ୍ଚାୟତ ର ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।