Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରାୟଣପାଟଣା ବ୍ଲକ୍ ରେ ମନରେଗା ଦୁର୍ନୀତି; ଭିଜିଲାନ୍ସ ତଦନ୍ତ ଦାବିକଲେ ହିତାଧିକାରୀ

କୋରାପୁଟ. କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ମନରେଗା ଦୁର୍ନୀତି ଘଟଣା ପଦାକୁ ଆସିଛି।ଉଭୟ ରଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ବହୁଳ ଅଂଚଳର ବିକାଶ ପାଇଁ ମନରେଗାଁ ଯୋଜନାରେ ପ୍ରତି ବର୍ଷ କୋଟି କୋଟି ଟଂକା ପ୍ରଦାନ କରୁଛନ୍ତି।ଏଥିରେ ଲୋକଙ୍କୁ ମନରେଗା ଯୋଜନାରେ ଶହେ ଦିନର କାମ ମିଳିବ ଗ୍ରାମର ଉନ୍ନତି ହେବ ଓ ଲୋକଙ୍କ ଆର୍ଥିକ ବିକାଶ ହେବ।କିନ୍ତୁ ଗ୍ରାମାଚଂଳ ମାନଙ୍କରେ ତାହା ଠିକ୍ ଭାବେ ପହଁଚି ପାରୁ ନଥିବାରୁ ଲୋକେ ଦାଦନ ଖଟିବାକୁ ବାହାରକୁ ଚାଲି ଜାଉଛନ୍ତି।ଏହାର ମୁଖ୍ୟ କାରଣ ଏବେ ସାମନାକୁ ଆସିଛି।ନାରାୟଣପାଟଣା ବ୍ଲକକୁ କାମ ଆସୁଛି କିନ୍ତୁ ତାହା ଅଞ୍ଚଳର ବିକାଶ ପରିବର୍ତେ କେବଳ ଖାତା କଲମରେ ଶୀମିତ ହେଇ ରହିଜାଇଛି।ଜାହାର ଏକ ଉଦାହରଣ ବାଲିପେଟା ପଞ୍ଚାୟତ ଅନ୍ତର୍ଗତ ଡୁମୁସିଲ୍ ଗାଁରେ ଘଟିଥିବା ନଜରକୁ ଆସିଛି।ଦୁଇ ଲକ୍ଷ ଟଙ୍କାର ମନରେଗା କାମରେ ଦୁର୍ନୀତି ହୋଇଥିବା ଜଣା ପଡିଛି।ପାତ୍ର କୁଲେସିକା ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠା ଜାଇଥିବା ବେଳେ ଡୁମୁସିଲ୍ ଗାଁରେ ଉକ୍ତ ବ୍ୟକ୍ତିଙ୍କ ନାମରେ କେହି ନଥିବା ଜଣା ପଡିଛି।ଅପର ପଟେ ପଞ୍ଚାୟତରେ ଅନ୍ୟ ଏକ ଗାଁରେ ଥିବା ପାତ୍ର କୁଲେସିକା ନାମକ ବ୍ୟକ୍ତିଙ୍କୁ ପଚାରିବାରୁ ଏ ବିସୟ ମୁ କିଛି ଜାଣିନି ବୋଲି ସିଏ କହିବାସହ ମୋ ନାଁରେ ଜିଏ ଟଙ୍କା ଉଠାଇଛନ୍ତି ସେମାନଙ୍କୁ ବିରୋଧରେ ଦୃଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଜିବା ସହ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ସିଏ ଦାବି କରିଛନ୍ତି।ଜଦି ଭିଜିଲାନ୍ସ ତଦନ୍ତ ହୁଏ ତେବେ ବ୍ଲକରେ ଲୁଚି ରହିଥିବା ଅନେକ ଦୁର୍ନୀତିର ପର୍ଦାଫାସ୍ ହେବ ବୋଲି ସାଧାରଣରେ ମତ ପ୍ରକାସ ପାଇଛି। ଏହି ଘଟଣା ଚାରିଆଡେ ପ୍ରଚାର ହେବା ପରେ ବ୍ଲକରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ