ଚମ୍ପାମାଳ ଚମ୍ପେଶ୍ୱର ବାବା ଙ୍କ ପଞ୍ଚଦୋଳ ମହୋତ୍ସବ ର ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଚମ୍ପାମାଲ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଚମ୍ପେଶ୍ୱର ମନ୍ଦିର ରେ ପଞ୍ଚଦୋଳ ଶନିବାର ସନ୍ଧ୍ୟାରେ ସଂକୃତିକ କାର୍ଯ୍ୟକ୍ରମ ହୋଇଯାଇଛି । ଏହା ପାଞ୍ଚଦିନ ଧରି ପ୍ରତ୍ୟହ ସନ୍ଧ୍ୟାରେ ପ୍ରଭୁ ଚମ୍ପେଶ୍ୱରଙ୍କ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଚମ୍ପେଶ୍ୱରଙ୍କୁ ଦୋଳିରେ ବସାଇ ଦୋଳି କରିବା ପରମ୍ପରା ରହିଛି । ଆଜି ସନ୍ଧ୍ୟାରେ ପୂଜା ଅର୍ଚ୍ଚନା ପରେ ପୂଜକ ମାନେ ଚଂପେଶ୍ୱର ଓ ପାର୍ଶ୍ଵ ଦେବା ଦେବୀ ଙ୍କୁ ଦୋଳିରେ ବସାଇ ଦୋଳନ ଯାତ୍ରା ଅନୁଷ୍ଠିତ କରିଥିଲେ। ଏହି ଅବସରରେ ପାଣ୍ଡରୀ ଏବଂ ଡୁମୁରି ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଞ୍ଚଦୋଳ ମହୋତ୍ସବ କମିଟିର ସଭାପତି କିଶୋର କୁମାର ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ପୃଥ୍ୱୀରାଜ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ପାଞ୍ଚଦିନ ବ୍ୟାପି ଏହିକର୍ଯ୍ୟକ୍ରମରେ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ହୋତା ସୂଚନା ଦେଇଥିଲେ। ଶନିବାର ଡୁମୁରି ର ମହିଳା ବୈଠକି ଏବଂ ପାଣ୍ଡିରୀ ର ମହିଳା ବୈଠକି ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକି ରେ ଡୁମୁରି ର ଗାୟକପଦ୍ମିନୀ ପାଣ୍ଡେ, ବାହକ ଭାବରେ କୁଞ୍ଜ ରହିଥିବା ବେଳେ, ପାଣ୍ଡିରୀ ର ରଶ୍ମିତା ଧରୁଆ, ବିଶ୍ୱ ବରିହା ସୁନ୍ଦର ବୈଠକି ପରିବେଷଣ କରିଥିଲେ l

