Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଲମଣ୍ଡା ଠାରେ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ

କୋରାପୁଟ. କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆନ୍ଧ୍ର ସିମାନ୍ତକୁ ଲାଗିକି ଥିବା ଆଲମଣ୍ଡା ଗ୍ରାମ ଠାରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସହ ତିନି ଠାକୁରଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଗତ ବୁଧବାର ଦିନ ଠାରୁ ଆରମ୍ଭ ହୋଇ ଜାଇଛି।
ଏହି ଉତ୍ସବ ଛଅ ଦିନ ଧରି ଚାଲିବାକୁ ଥିବା ବେଳେ ବୁଧବାର ଦିନ ଅଙ୍କୁରା ରୋପଣ,ରବିବାର ଦିନ କଳସ ଯାତ୍ରା,ସୋମବାର ଠାକୁରଙ୍କ ପୂଜାକର୍ମ,ମଙ୍ଗଳବାର ଦିନ ଜଳ ଯାତ୍ରା ଓ ନଗର ପ୍ରରିକ୍ରମା,ବୁଧବାର ଦିନ ହୋମଯଜ୍ଞ ଓ ଗୁରୁବାର ସେଶ ଦିନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ସହ ପୁର୍ଣାହୁତି କାର୍ଯ୍ୟକ୍ରମ ରହିଛି।ଏନେଇ ଏବେ ଆଲମଣ୍ଡା ସମେତ ଆଖପାଖ ଅଞ୍ଚଳରେ ରହୁଥିବା ଜଗନ୍ନାଥ ପ୍ରେମୀ ଖୁସି ବ୍ୟକ୍ତ କରିଥିବା ବେଳେ ଅଞ୍ଚଳ ପୁରା ଆଧ୍ୟାତ୍ମିକ ପରିବେଶରେ ରଙ୍ଗେଇ ହେଇ ପଡିଛି।ପାରଳା ଖେମୁଣ୍ଡି,କାଶି ନଗରର,କେରାଣ୍ଡି,ଚାଙ୍ଗୁସି,ଗଞ୍ଜାମ ଓ ଆନ୍ଧ୍ର ପ୍ରଦେସର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ମଠାଧିସ ମାନଙ୍କ ସମେତ ବୃନ୍ଦାବନରୁ ମହନ୍ତ ଓ ପୁରି ଶଙ୍କରାଚାର୍ଯ୍ୟଙ୍କ ଶିସ୍ୟଗଣ ଏହି ପ୍ରତିଷ୍ଠା ଉସ୍ଛବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ମନ୍ଦିରଟି ସାଢେ ତିନି ଏକର ଜମିରେ ହୋଇଥିବା ବେଳେ ମନ୍ଦିର ନିର୍ମାଣରେ ପାଖାପାଖି ଦୁଇ କୋଟି ଟଙ୍କା ଖର୍ଚ ହୋଇଛି।ଏଥିରେ ଜଗନ୍ନାଥ ମନ୍ଦିର ନିର୍ମାଣ ସମିତି ଓ ଆଲମଣ୍ଡା ଗ୍ରାମବାସିଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ