ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ପ୍ରତିଭା ବିକାଶ ପାଇଁ ଇ-ମେଗାଜିନ ‘ଶିକ୍ଷା ସାରଥୀ’ ଉନ୍ମୋଚିତ
ଅମ୍ବାଭୋନା ୦୪।୦୩ ପ୍ରତିଯୋଗିତାମୂଳକ ଯୁଗରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଏବଂ ସେମାନଙ୍କୁ ସବୁଜ ଭବିଷ୍ୟତ ପାଇଁ ଦକ୍ଷ କରିବା ଲକ୍ଷ୍ୟରେ ବରଗଡ ଜିଲ୍ଲା ର ଅମ୍ବାଭୋନାବ୍ଳକ ଅନ୍ତର୍ଗତ
ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗେଇର ପୂର୍ବତନ ଶିକ୍ଷାର୍ଥୀମାନଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଆଜି କ୍ଲଷ୍ଟରସ୍ତରୀୟ ଶିକ୍ଷକମାନଙ୍କ ମାସିକ ବୈଠକରେ ଏକ ସ୍ବତନ୍ତ୍ର ସମାରୋହରେ ଏକ ଇ-ମେଗାଜିନର ‘ଶିକ୍ଷା ସାରଥୀ’ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି।
ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହ ଶିକ୍ଷା ଅଧତ୍କାରୀ ଶ୍ରୀଯୁକ୍ତ ଲାଲମୋହନ ସିଂହ କହିଥିଲେ ଯେ, “ଶିକ୍ଷା ସାରଥୀ କେବଳ ଏକ ପତ୍ରିକା ନୁହେଁ, ବରଂ ଏହା ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରକାଶ କରିବା ପାଇଁ ଏକ ସଶକ୍ତ ମଞ୍ଚ, ଗୁରୁଜନମାନଙ୍କ ପାଇଁ ପ୍ରେରଣା । ପତ୍ରିକାର ସମ୍ପାଦିକା ସୁଶ୍ରୀ ଝରଣା ପରୁଆ କହିଥିଲେ ଯେ, ପ୍ରତିଟି ପୃଷ୍ଠାରେ ପିଲାମାନଙ୍କର କଞ୍ଚାମନର ଭାବନା ସଜା ହୋଇଛି। କେଉଁଠି ପରିବେଶର ଚିନ୍ତା ତ କେଉଁଠି ମାତୃଭୂମିର ମମତା, କେଉଁଠି ବିଜ୍ଞାନର ଚମତ୍କାରିତା ତ କେଉଁଠି ଗପର ରୁଣୁଝୁଣୁ ଶବ୍ଦକୁ ରୂପ ଦିଆ ଯାଇଛି। ମୁଖ୍ଯ ବକ୍ତା ଭାବରେ ରାଜ୍ଯ ପୁରସ୍କୃତ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀମାନ ବୈଷ୍ଣବ ଭୋଇ ତଥା ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ସୁନୀଲ କୁମାର ଭୋଇ ଓ ଶ୍ରୀମାନ ପୁନିରାମ ଗଣ୍ଡ ଯୋଗ ଦେଇ ଥିଲେ। ସିଆରସିସି ଶ୍ରୀଯୁକ୍ତ ଅଚ୍ୟୁତ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରୋହିତ କୁମାର ଭୁଏ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ରଜନୀ, ଲବଙ୍ଗ, ରୀତା, ଅର୍ଚ୍ଚନା, ମାନିନୀ, ନିଲିମା, ନନ୍ଦିନୀ, ପ୍ରିତି, ସୃତି ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

