ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ; ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
ଭୁବନେଶ୍ୱର,୫ା୩: ଓଡିଶା ସରକାରଙ୍କ ରାଜସ୍ବ ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ ଅଛନ୍ତି |ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ନିକଟରେ ହୃଦ୍ରୋଗ ସମସ୍ୟା ହେତୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଅଧିକ ଚିକିତ୍ସା ନିମନ୍ତେ ଦିଲ୍ଲୀ ଏମ୍ସ କୁ ସ୍ଥାନାନ୍ତର କରାଯାଇଛି । ମନ୍ତ୍ରୀଙ୍କ ଅସୁସ୍ଥତା ଖବରରେ ସମସ୍ତେ ଚିନ୍ତା ପ୍ରକଟ କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

