Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୋଳ ପୂର୍ଣ୍ଣମୀ ଓ ରଙ୍ଗର ପର୍ବ ହୋଲି ପାଳିତ ।

ଅସ୍ତରଙ୍ଗ,,ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ ଦୋଳ ପୂର୍ଣ୍ଣିମା ସହ ରଙ୍ଗର ପର୍ବ ହୋଲି ମହା ସମାରୋହରେ ପାଳିତ ହୋଇ ଯାଇଅଛି। ସୂର୍ଯ୍ୟ ପରାଗ ନେଇ ଦୋଳ ପୂର୍ଣ୍ଣମୀ ଦିନ, ବିଭିନ୍ନ କାର୍ଯ୍ୟକ୍ରମ ଦିନ ବେଳା ଫିକା ପଡି
ଯାଇଥିବା ବେଳେ,ରାତ୍ରରେ ଗୋପାଳ
ସମ୍ପ୍ରଦାୟ ମାନଙ୍କର ପୂଜାର୍ଚ୍ଚନା,ବନ୍ଦାପନା ସହ,ଲଉଡି ଖେଳ , ଓଗାଳ ଗୀତ ବୋଲାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରା
ଯାଇଥିବାର ଦେଖିବାକୁ ମିଳିଥିଲା। ସେହି ପରି,ରଙ୍ଗର ପର୍ବ ହୋଲି ଖେଳ ଦିନ ଗ୍ରାମ ମାନଙ୍କରେ ଜାତି ଭେଦ,ବଡ ସାନ ଆଦି ଭୁଲି ସମସ୍ତେ ରଙ୍ଗ ବୋଳାରେ ସାମିଲ ହୋଇ ହୋଲି ଖେଳିଥିଲେ । ବ୍ଲକ ଅଞଚଳର କୌଣସି ଜାଗାରେ ଅଘଟଣ ଘଟି ନଥିବା ବେଳେ,ଅସ୍ତରଙ୍ଗ ଥାନାର ଆଇ ଆଇ ସି, ବିଦିତା ନାୟକ ଙ୍କ ଘନ ଘନ ବିଭିନ୍ନ ପଞ୍ଚାୟତ ପରିଦର୍ଶନ,ସହ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଆଗୁଆ ପଦକ୍ଷେପ,ଲୋକ ମୁଖରେ ବେଶ୍ ପ୍ରଂଶସ ନିୟ ବୋଲି ଜଣା ପଡିଛି । ସେହିପରି ଚୋରା ମଦ କାରବାର ରେ ସଂପୃକ୍ତ ଥିବା ତିନିଜଣ ବ୍ୟକ୍ତି ଙ୍କୁ ଆଇ ଆଇ ସି ବିଦିତା ନାୟକ ହୋଲି ଦିନ ମଦ ସହ ଉଠାଇ ଆଣି କୋର୍ଟ ଚାଲାଣ କରିଛନ୍ତି ବୋଲି ଦେଖିବାକୁ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ