Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲେଇ ରେ ଫାଲଗୁନ ପୂର୍ଣ୍ଣିମା ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗଡଭିତର ରଥଛକ ଠାରେ ଫାଲଗୁନ ପୂର୍ଣ୍ଣିମା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗତ ୩ ତାରିଖ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ , ଶିବ , ରାଧାକୃଷ୍ଣ ମହାପ୍ରଭୁ ହରିହର ଭେଟ ହୋଇ ହୋଲି ଖେଳ ଅନୁଷ୍ଠିତ ହୋଇଥିଲା। ତା ପରେ ୪ ତାରିଖ ସକାଳରେ ନାମ ସଙ୍କୀର୍ତ୍ତନ ପାଇଁ କଳସ ଶୋଭାଯାତ୍ରା ଓ ଦିନ ୧୦ଟାରେ ନାମଯଜ୍ଞ ଆରମ୍ଭ ହୋଇଥିଲା। ଗୁରୁବାର ଅଷ୍ଟପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି ହେଲା ପରେ ଦହିହାଣ୍ଡି ଭଙ୍ଗ ଓ ନଗର ପରିକ୍ରମା କରାଯାଇଥିଲା । ଶେଷରେ ସାମୁହିକ ପ୍ରସାଦସେବନ ହୋଇଥିଲା । ଏଥିରେ ପୂଜକ ଭାବେ ସୁରେଶ ନାୟକ ଓ ଲକ୍ଷ୍ମଣ ନାୟକ କାର୍ଯ୍ୟ ତୁଳାଇଥିବା ବେଳେ କର୍ତ୍ତା ଗାଁ ଗୌନ୍ତିଆ ଚମରା ଅମାତ ଓ ସୈରେନ୍ଦ୍ରି ଅମାତ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ପର୍ଶୁରାମ ବାରିକ, ଘାସିରାମ ଅମାତ ,ବିରଞ୍ଚି ପ୍ରସାଦ ବାରିକ, ଭୁବନେଶ୍ୱର ବିଶି , ଜଗନ୍ନାଥ ଉଡାନ , ଧବଳେଶ୍ଵର ଗୁରୁ, ଜୀବର୍ଦ୍ଧନ ଅମାତ ଆଦି ସହଯୋଗ କରିଥିଲେ।ଏହି ଅବସରରେ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ