Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୧0ତମ ଜନ୍ମଦିନ ପାଳିତ ହୋଇଯାଇଛି l ବୀରମହାରାଜପୁର ଯୁବ ବିଜେଡି ସଭାପତି ନାରାୟଣ ଲୁହାଙ୍କ ନେତୃତ୍ୱ ରେ ଆୟୋଜିତ ଜନ୍ମଦିନରେ ବ୍ଲକ ବିଜେଡି ସଭାପତି ସୁରୁନାରାୟଣ ମହାକୁର ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ବିଜେଡି ଜିଲ୍ଲା ଉପସଭାପତି ଶୟମ୍ଭୁ ନାଥ ଖଣ୍ଡଗିରି, କିଶୋର ହୋତା, ରଞ୍ଜିତ କୁମାର ରଥ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର, ଧୀରେନ୍ଦ୍ର ନାରାୟଣ ପଣ୍ଡା, ଲଳିତ ମୋହନ ପାତ୍ର, ସମ୍ପାଦକ ସଂଜୀବ କୁମାର ଦେହୁରୀ, ଚମ୍ପାମାଲ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ,ହିଲୁଙ୍ଗ ସମିତି ସଭ୍ୟ ଶୈଳରଞ୍ଜନ ବାଦୀ, ମହେନ୍ଦ୍ର ଜଗଦଲା, ଶ୍ରୀକାନ୍ତ କର୍ମୀ, ପୃଥ୍ୱୀରାଜ ମହାକୁର , ତୁଳସୀ ଦାସ ହୋତା ପ୍ରମୁଖ ଯୋଗଦେଇଥିଲେ l ବୀରମହାରାଜପୁର ବ୍ଲକ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଉପରେ ମାର୍ଲ୍ୟାପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ବିଜେଡି କର୍ମୀ ଯୋଗଦେଇ ଥିବାବେଳେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନରେ ରୋଗୀ ଙ୍କୁ ଫଳ ବଣ୍ଟନ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ