Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଜନତା ପାର୍ଟି ଭ୍ରମାତ୍ମକ କଥା କହି କ୍ଷମତା କୁ ଆସିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ମିଡିଆ ସେଲ ମୁଖ୍ୟ ଅରବିନ୍ଦ ଦାସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ରାଜ୍ୟ କଂଗ୍ରେସ ମିଡିଆ ସେଲ ମୁଖ୍ୟ ଅରବିନ୍ଦ ଦାସ ଏକ ସାମ୍ବାଦିକ ସମ୍ବିଳନୀ ଜରୀଆରେ ଶାସକ ବିଜେପିକୁ କଡା ସମାଲୋଚନା କରିଛନ୍ତି l କହିଛନ୍ତି ଯେ ମିଛ ଏବଂ ଭ୍ରାମାତ୍ମକ କଥା କହି ବିଜେପି କ୍ଷମତାକୁ ଆସିଛି l ରାଜ୍ୟ ରେ ଖଣି ଓ ବାଲି ଚୋରି କରି ଓଡିଶା କୁ କାଙ୍ଗାଳ କରିବାକୁ ଯାଉଛନ୍ତି, ଯାହା ଫଳରେ ୨ଲକ୍ଷ କୋଟି ଟଙ୍କାର ରାଜସ୍ବ ରାଜ୍ୟ ସରକାର ହରାଉଛନ୍ତି l ଭାରତ ବର୍ଷ ବିକାଶ ରେ କଂଗ୍ରେସର ଯୋଗଦାନ ଏଇମ୍ସ ଠାରୁ ଆରମ୍ଭ କରି ରେଳ, ଉଡାଣ, ଟେଲିକମ, ଆଇ ଆଇ ଏମ ଓ ଜଳସେଚନ ସବୁ କଂଗ୍ରେସ ସରକାର ଅମଳର କାର୍ଯ୍ୟ l ସୋସିଆଲ ମିଡିଆରେ କଂଗ୍ରେସ କୁ ଗାଳି କରିବା, ଏବଂ ପୁରୁଣା ପ୍ରକଳ୍ପ ରେ ରଙ୍ଗ ମାରିବା ଛଡା ଡବଲ ଇଞ୍ଜିନ ସରକାର ଆଉ କଣ କରିଛିକି ବୋଲି ପ୍ରଶ୍ନ କରିଥିଲେ l ରାଜ୍ୟ ସଭାପତି ଭକ୍ତ ଦାସ ଙ୍କ ନେତୃତ୍ୱରେ କଂଗ୍ରେସ ର ସଂଗଠନ କୁ ତୃଣମୂଳ ସ୍ତରରେ ମଜବୁତ କରି ଆନ୍ଦୋଳନ କୁ ଓଲ୍ଲାଇ ସାଧାରଣ ଲୋକଙ୍କୁ ଉଜାଗର କରିବା ସହିତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ଦଳକୁ କ୍ଷମତାସୀନ କରିବା ତାଙ୍କର ମୂଳ ଲକ୍ଷ ବୋଲି ପ୍ରକାଶ କରିଥିଲେ l ଯାହା ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ ଆରମ୍ଭ ହୋଇଛି l ଶୁକ୍ରବାର ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ବ୍ଲକ କଂଗ୍ରେସ ସଭାପତି ବସନ୍ତ ମହାକୁର, ଜିଲ୍ଲାପରିଷଦ ସଭ୍ୟ ଲବକୁମାର ସାହୁ, ପ୍ରିୟବ୍ରତ ସାହୁ, ସାମନ୍ତ ପାତ୍ର, ଏବଂ ସରପଞ୍ଚ ସୂର୍ଯ୍ୟ ନନ୍ଦ ସାମିଲ ହୋଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ