ବୀରମହାରାଜପୁର ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ଶୁଭସ୍ତମ୍ଭ ସ୍ଥାପିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ଶୁଭସ୍ତମ୍ଭ ସ୍ଥାପନ ହୋଇ ଯାଇଛି l ଶନିବାର ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର କର୍ତ୍ତା ଭାବରେ ପୂଜାରେ ବସିଥିଲେ l କଳସ ପୂଜା ରେ ସାମିଲ ଥିଲେ ବୀରମହାରାଜପୁର ବିଧାୟକ ଇଁ ରଘୁନାଥ ଜଗଦଲl l ସେହିପରି ସଂସ୍କୃତିକ କମିଟି ଆବାହକ ତଥା ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ମହୋତ୍ସବ ସମ୍ପାଦକ ରାଜୀବ ହାଁସଦା ,କାର୍ଯ୍ୟକାରୀ କମିଟି ବରିଷ୍ଠ ସଦସ୍ୟ କିଶୋର ହୋତା, ସାମ୍ବାଦିକ ସଂଘ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି , ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ , ଯୁଗଳ କିଶୋର ମିଶ୍ର , ଭୂଷଣ କୁମାର ପାତ୍ର, ଧର୍ମ ନିରଞ୍ଜନ ପଣ୍ଡା, ଦ୍ବିତିକୃଷ୍ଣ ପଣ୍ଡା, ଦୟାନିଧି ହୋତା, ଶୁଭମ ସୁବାଶିଷ ଶତପଥି, ରାମକୃଷ୍ଣ ହୋତା , ଅକ୍ଷୟ ମିଶ୍ର , ଦାମୋଦର ହୋତା, ଶ୍ରୀୟା କର୍ମୀ, ମହେନ୍ଦ୍ର ଜଗଦଲା, ସୂର୍ଯ୍ୟ ନନ୍ଦ, ସୁମନ୍ତ ଜଗଦଲା, ଶିବ ଅଗ୍ରୱାଲ, ଅକ୍ଷୟ ରାଏ ପଦ୍ମନାଭ ବାରିକ ପ୍ରମୁଖ ଯୋଗ ଦେଇଥିଲେ l ପୂଜକ ରବି ଚନ୍ଦ୍ର ପୁରୋହିତ ମନ୍ତ୍ର ପାଠ କରିଥିଲେ l ଆସନ୍ତା ମାର୍ଚ୍ଚ ୨0 ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ମାଲେଶ୍ରୀ ମହୋତ୍ସବ ହେବ ବୋଲି ଜଣାଯାଇଛି l

