Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ସିବିଏସି ପରୀକ୍ଷା ଛାତ୍ରୀ ଛାତ୍ର ଉଭୟ ଉଭୟଙ୍କ ମଧ୍ୟରେ ପିଠିରେ ଲେଖି ଜଣାଇଲେ ବିଦାୟ ।

ପଟ୍ଟାଙ୍ଗି୦୮/୦୩ରାଜ୍ୟ ରେ ବିଭିନ୍ନ ପରୀକ୍ଷା କେନ୍ଦ୍ର ରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ଉଭୟ ଉଭୟଙ୍କ ମଧ୍ୟରେ ଛାତ୍ରୀ ଛାତ୍ର ପିଠିରେ ନିଜର ଭାବନା ଲେଖି ବିଦାୟ ଜଣାଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ କିଛି ସମୟ ଭାବବିହଳ ହୋଇ ପଡିଥିଲେ । ଏହିପରି ଦୃଶ୍ୟ ଦେଖିବା କୁ ମିଳିଥିଲା କୋରାପୁଟ ଜିଲ୍ଲାର ପଙ୍ଖାର ସ୍ଥିତ ଏକ ଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମୁଖ୍ୟ ଫାଟକ ସମୁଖରେ ।ସୂଚନା ମୁତାବକ ଫେବୃଆରୀ ୧୭ ତାରିଖ ରୁ ଆରମ୍ଭ ହୋଇଥିବା ସିବିଏସି ଦଶମ ପରୀକ୍ଷା ରେ ପଟ୍ଟାଙ୍ଗି ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟ ର ୪୩ ଛାତ୍ରୀ ଛାତ୍ର ଉକ୍ତ ପରୀକ୍ଷା କେନ୍ଦ୍ରରେ ଦୀର୍ଘ ୦୬ ଦିନ ଧରି ପରୀକ୍ଷା ଦେଉଥିଲେ । ଯାହାକି ମାର୍ଚ୍ଚ ୦୭ ଶନିବାର ଦିନ ଏହା ଅନ୍ତିମ ଦିବସ ରହିଥିବା ବେଳେ ଛାତ୍ରୀ ଛାତ୍ର ସମସ୍ତ ବିଷୟ ସମ୍ପର୍କରେ ପରୀକ୍ଷା ଦେଇ ଖୁସି ପ୍ରକଟ କରିଥିଲେ । ଏହାରି ଭିତରେ ଉକ୍ତ ସମସ୍ତ ପରୀକ୍ଷାର୍ଥୀ ବିଦ୍ୟାଳୟରେ ଗତ ୦୪ବର୍ଷ ଧରି ଏକାଠି ହୋଇ ପାଠପଢି ଥିବା ସମୟରେ ବିତିଯାଇଥିବା ଖେଳ କୁଦ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରମୁଖ ପ୍ରତିଯୋଗିତା ବେଳର ଦୃଶ୍ୟ କୁ ମନେ ରଖି ପାଠପଢା ରେ ଆଗେଇ ଚାଲିଥିଲେ କିନ୍ତୁ ଉକ୍ତ ସିବିଏସି ଦଶମ ପରୀକ୍ଷା ବିଦ୍ୟାଳୟ ର ଅନ୍ତିମ ହୋଇଥିବା ରୁ ଏହା ସବୁବେଳେ ମନେ ରହିବ ଏବଂ ବର୍ତ୍ତମାନ ପରୀକ୍ଷା ପରେ ଯିଏ ଯାହା ପସନ୍ଦ ରେ ଉଚ୍ଚ ଶିକ୍ଷା ନିମନ୍ତେ ଚୟନ କରି ନିଜ ନିଜ ମଧ୍ୟରେ ଅଲଗା ହୋଇଯିବା ଏହିପରି କିଛି ସ୍କୃଂମୁତି ସାଉଁଟି ପରୀକ୍ଷା କେନ୍ଦ୍ର ର ମୁଖ୍ୟ ଫାଟକ ସମୁଖରେ ଭାବବିହଳ ହୋଇ ଉଭୟ ଉଭୟଙ୍କ ପିଠିରେ ଭାବନା ଲେଖି ନିଜ ସାଙ୍ଗ ମାନଙ୍କୁ ବିଦାୟ ଜଣାଇଥିଲେ । ଏହି ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ର ର ଏବଂ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିବା ରୁ ଛାତ୍ରୀ ଛାତ୍ର ସେମାନଙ୍କୁ ଧନ୍ୟବାଦ ଦେଇ ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ଶ୍ରେଣୀ ଶିକ୍ଷୟିତ୍ରୀ ଓ ଶିକ୍ଷକ ଆମକୁ ଯେଉଁ ଭଳି ସୈଇଳି ରେ ପାଠ ପଢାଉଥିଲେ ବା ବୁଝାଉଥିଲେ ଏହା ଆମ ପାଇଁ ସଦାସର୍ବଦା ଆଶୀର୍ବାଦ ହୋଇ ରହିବ ବୋଲି କହି ଭାବବିହଳ ହୋଇ ପଡିଥିଲେ । ଶେଷରେ ସମସ୍ତ ଛାତ୍ରୀ ଛାତ୍ର ପରୀକ୍ଷା କେନ୍ଦ୍ର କୁ ସବୁବେଳେ ମନେରଖିବା ପାଇଁ ଉକ୍ତ କେନ୍ଦ୍ର ର ମୁଖ୍ୟ ଫାଟକ ସମୁଖରେ ଫୋଟୋ ଉଠାଇ ବିଦାୟ ଜଣାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ