Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

UPSC ବିବାଦ: AIR-301 କାହାର?

ନୂଆଦିଲ୍ଲୀ,୧୦।୩: UPSC ସିଭିଲ୍ ସର୍ଭିସ୍ ପରୀକ୍ଷାର ଫଳାଫଳ ପରେ AIR-301 ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ଏକା ନାମର ଦୁଇ ଜଣ ଆକାଙ୍କ୍ଷା ସିଂହ ସମାନ ରାଙ୍କ ରଖିଥିବା ନେଇ ଦାବି କରିଥିବାରୁ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଉତ୍ତର ପ୍ରଦେଶର ଗାଜୀପୁରରୁ ଥିବା ବେଳେ ଅନ୍ୟ ଜଣେ ବିହାରର ଆରା ଅଞ୍ଚଳରୁ ଥିବା କୁହାଯାଉଥିଲା, ଯାହା ଫଳରେ ପ୍ରକୃତରେ କିଏ AIR-301 ପାଇଛି ସେନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ଏହି ବିବାଦ ଉପରେ ଶେଷରେ UPSC ସ୍ପଷ୍ଟୀକରଣ ଜାରି କରିଛି । କମିଶନ୍ କହିଛି ଯେ, AIR-301 ର ଆସଲ ସଫଳ ପ୍ରାର୍ଥୀ ହେଇଛନ୍ତି ଉତ୍ତର ପ୍ରଦେଶର ଗାଜୀପୁର ଜିଲ୍ଲାର ଆକାଙ୍କ୍ଷା ସିଂହ । ରୋଲ୍ ନମ୍ବର ଓ ଅନ୍ୟ ତଥ୍ୟ ପ୍ରକାଶ କରି UPSC ଏହି ଦ୍ଵନ୍ଦର ସମାଧାନ କରିଛି ଏବଂ ସୋସିଆଲ୍ ମିଡିଆରେ ଭୁଲ ସୂଚନା ଚାଲିଥିବାରୁ ଏହି ବିବାଦ ସୃଷ୍ଟି ହୋଇଥିବା କଥା କୁହାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ