ପୁଇଁନ୍ତଲା ଥାନା ପୋଲିସ ପକ୍ଷରୁ ଅବୈଧ ମଦ ବ୍ୟବସାୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ପୋଲିସ ପକ୍ଷରୁ ଅବୈଧ ମଦ ବ୍ୟବସାୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଗତ ୯ ମାର୍ଚ୍ଚ ତାରିଖରେ ପୁଇଁତଳା ଥାନାର ପାଟ୍ରୋଲିଂ ଦଳ ଅଞ୍ଚଳରେ ଯାଞ୍ଚ କରୁଥିବା ବେଳେ ଜମସର ଗ୍ରାମର ପ୍ରଦୀପ ଭୋଇ ନାମକ ଜଣେ ବ୍ୟକ୍ତି ଅବୈଧ ଭାବେ ଓଏସ୍ ମଦ ପାଉଚ୍ ବିକ୍ରି କରୁଥିବା ବେଳେ ଧରାପଡ଼ିଥିଲେ।
ପୋଲିସ ତାଙ୍କୁ ଅଟକ କରି ତାଙ୍କ ନିକଟରୁ ମୋଟ ୧୩୦ଟି ଓଏସ୍ ମଦ ପାଉଚ୍ ଜବତ କରିଥିଲା, ଯାହାର ପରିମାଣ ପ୍ରାୟ ୨୬ ଲିଟର ହେବ ବୋଲି ଜଣାପଡ଼ିଛି।
ଏହି ଘଟଣାରେ ପୁଇଁତଳା ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ସମ୍ମାନନୀୟ ଅଦାଲତକୁ ପ୍ରେରଣ କରାଯାଇଥିବା ପୋଲିସ ସୂଚନା ଦେଇଛି ବୋଲି ଥାନା ଅଧିକାରି ସଞ୍ଜୟ ରାଉତ ରାଏ ସୂଚନା ପ୍ରଦାନ କରିଛନ୍ି

