Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଳଦୀ ପଞ୍ଚାୟତର ସରପଞ୍ଚ ଆସନ ସଂରକ୍ଷଣ ଦାବିରେ ବଲାଙ୍ଗୀର DPO ଙ୍କୁ ଦାବିପତ୍ର ପ୍ରଦାନ ।

ବଲାଙ୍ଗୀର,୨୭।୧୧: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ହଳଦୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଆସନ ସଂରକ୍ଷଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି । ପୂର୍ବ ନିର୍ବାଚନ ଗୁଡ଼ିକର କ୍ରମିକ ସଂରକ୍ଷଣ ବ୍ୟବସ୍ଥାକୁ ଆଧାର କରି ଆସନ୍ତା ନିର୍ବାଚନରେ ଏହି ପଦବୀ ଅନୁସୂଚିତ ଜନଜାତି (ଏସ୍‌.ଟି.) ପୁରୁଷ ବର୍ଗ ପାଇଁ ସଂରକ୍ଷିତ ରଖିବାକୁ ଦାବି କରି ଆଜି ବଲାଙ୍ଗୀର DPOଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟ ନାରାୟଣ ଭୋଇ, ମୁରିବାହାଲ ବ୍ଲକ୍ ସଭାପତି ଲକ୍ଷ୍ମୀକାନ୍ତ ଧରୁଆ ଏବଂ କନ୍ଧ ସମାଜ ଓଡ଼ିଶା ସାଧାରଣ ସମ୍ପାଦକ ଖୁସିରାମ ଯାନୀଙ୍କ ନେତୃତ୍ୱରେ ମଧୁ ଯାନୀ, ଦୁଷି ମଣି ପ୍ରଧାନୀ, ତୁଳସୀ ରାମ ଭୋଇ, ସୂର୍ଯ୍ୟକାନ୍ତ ମାଝୀ, ଭୀଷ୍ମ ରଣା, କୁଶ ଛତର ଓ ପ୍ରଦୀପ ମହାକୁରଙ୍କ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଦାବିପତ୍ରରେ ଉଲ୍ଲେଖ କରାଯାଇଥିବା ବିଗତ ବର୍ଷ ଗୁଡ଼ିକରେ ଏହି ପଞ୍ଚାୟତରେ ୨୦୦୨ରେ ଏସ୍‌.ଟି. (ମହିଳା), ୨୦୦୭ରେ (ସାଧାରଣ ବର୍ଗ), ୨୦୧୨ରେ (ପଛୁଆ ବର୍ଗ), ୨୦୧୭ରେ (ସାଧାରଣ ବର୍ଗ) ଏବଂ ୨୦୨୨ରେ ଏହି ପଞ୍ଚାୟତ (ଏସ୍‌.ସି. ମହିଳା) ପାଇଁ ସରପଞ୍ଚ ଆସନ ସଂରକ୍ଷଣ ଥିବା ନେଇ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଅତୀତର ଏହି କ୍ରମିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସଂପୃକ୍ତ ପଞ୍ଚାୟତର ସରପଞ୍ଚ ପଦବୀ ଆସନ୍ତା ନିର୍ବାଚନରେ ଏସ୍‌.ଟି. ପୁରୁଷ ବର୍ଗ ପାଇଁ ହେବା ଉଚିତ ବୋଲି ଆବେଦନକାରୀ ମାନେ ଦର୍ଶାଇଛନ୍ତି । ପ୍ରଶାସନ ଏହି ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ନିବେଦନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories